ପେଲେଙ୍କ ହାର୍ଟ, କିଡନୀ ଠିକ ଭାବେ କାମ କରୁନି

ସାଓ ପାଓଲୋ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ୮୨ ବର୍ଷୀୟ ପେଲେ ଡାକ୍ତରଖାନାରେ ବଡଦିନ କାଟିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । କର୍କଟ ରୋଗରେ ଆକ୍ରାନ୍ତ ପେଲେଙ୍କ ହାର୍ଟ ଓ କିଡନୀ ଏବେ ଠିକ ଭାବେ କାମ କରୁନି ବୋଲି ଜଣାପଡିଛି । ନଭେମ୍ବରରୁ ତାଙ୍କୁ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ । ୨୦୨୧ରେ ପେଲେଙ୍କ କୋଲୋନ ଟ୍ୟୁମର କଢ଼ା ଯାଇଥିଲା । ଏବେ ଏହା ପୁନର୍ବାର ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ଶରୀରର ଅନ୍ୟ ଅଙ୍କକୁ ମଧ୍ୟ ପ୍ରଭାବିତ କରୁଛି ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ସାରା ବିଶ୍ୱର ଫୁଟବଲପ୍ରେମୀ ପେଲେ କିପରି ଶୀଘ୍ର ସୁସ୍ଥ ହେବେ ସେ ନେଇ ପ୍ରାର୍ଥନା କରୁଛନ୍ତି ।

ସୂଚନାଯୋଗ୍ୟ, ପେଲେଙ୍କ ନେତୃତ୍ୱରେ ବ୍ରାଜିଲ ୧୯୫୮, ୧୯୬୨ ଓ ୧୯୭୦ରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା । ସେ ବ୍ରାଜିଲ ପକ୍ଷରୁ ୭୭ ଆନ୍ତର୍ଜାତୀୟ ଗୋଲ ସ୍କୋର କରିଥିଲେ । ୨୦୨୨ ବିଶ୍ୱକପ ଜିତି ନେମାରଙ୍କ ଟିମ ତାଙ୍କୁ ଉପହାର ଦେବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ ।

Related Articles

Back to top button