ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ରାଉଣ୍ଡରୁ ବିଦା ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତ ପାଇଁ ୨ ଥର ଅଲିମ୍ପିକ ପଦକ ଜିତିଥିବା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦା ନେବା ସମସ୍ତଙ୍କୁ ଚକିତ କରିଛି । ଥାଇଲାଣ୍ଡର ସୁପନିନ୍ଦା କଟେଥାଙ୍ଗେ ୨୧-୧୨, ୨୨-୨୦ରେ ସିନ୍ଧୁଙ୍କୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଗତବର୍ଷ ସେମିଫାଇନାଲରେ ମଧ୍ୟ ସେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ସ୍କଟଲାଣ୍ଡର କ୍ରିଷ୍ଟୋଫର ଗ୍ରିମଲୀ ଓ ମାଥ୍ୟୁ ଗ୍ରିମଲୀଙ୍କୁ ୨୧-୧୩, ୨୧-୧୫ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଭାରତୀୟ ଯୋଡି ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିଲେ । ପୁରୁଷ ସିଙ୍ଗଲ୍ସରେ ଏକ ମୁକାବିଲାରେ ଲକ୍ଷ୍ୟ ସେନ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ୨୧-୧୪, ୨୧-୧୫ରେ ହରାଇ ଦେଇଛନ୍ତି । ମହିଳା ଡବଲ୍ସରେ ସିକ୍କି ରେଡ୍ଡୀ ଓ ଶ୍ରୁତି ମିଶ୍ର ଜର୍ମାନୀର ଲିଣ୍ଡା ଏଫଲର ଓ ଇସାବେଲ ଲୋହାଉଙ୍କ ନିକଟରୁ ୧୭-୨୧ ଓ ୧୯-୨୧ରେ ହାରି ଯାଇଛନ୍ତି ।

Related Articles

Back to top button