ଫ୍ରେଞ୍ଚ ଓପନ ଖେଳିବେନି ଟେନିସ ଷ୍ଟାର ରାଫେଲ ନାଡାଲ

ନୂଆଦିଲ୍ଲୀ: ୨୦୨୩ ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ ଷ୍ଟାର ଖେଳାଳି ରାଫେଲ ନାଡାଲ । ସ୍ପେନର ନାଡାଲ ସର୍ବାଧିକ ୧୪ ଥର ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଛନ୍ତି । ୨୦୦୫ରେ ପଦାର୍ପଣ କରିବା ପରଠାରୁ ସେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ନାହିଁ । ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ୨୦୨୪ ତାଙ୍କ ପ୍ରଫେଶନାଲ କ୍ୟାରିୟରର ଅନ୍ତିମ ବର୍ଷ ହେବ ବୋଲି ସେ ସୂଚନା ଦେଇଛନ୍ତି । ମୋ ମନ ଏବଂ ଶରୀର ମଧ୍ୟରେ ଲଢ଼େଇ ଚାଲିଛି । ଶରୀର ପ୍ରଫେଶନାଲ କ୍ୟାରିୟର ପ୍ରତି ବିମୁଖ ହେଉଛି ବୋଲି ନାଡାଲ କହିଛନ୍ତି ।

ଫ୍ରେଞ୍ଚ ଓପନରେ ନାଡାଲ ସର୍ବମୋଟ ୧୮ ଥର ଅଂଶଗ୍ରହଣ କରି ୧୧୨ ମ୍ୟାଚ ଜିତିଛନ୍ତି । ସେ ମାତ୍ର ୩ଟି ମ୍ୟାଚରେ ପରାଜିତ ହୋଇଛନ୍ତି । କୌଣସି ଗ୍ରାଣ୍ଡସ୍ଲାମରେ ବିଜୟ ହାସଲରେ ଏହା ବିଶ୍ୱରେକର୍ଡ । ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ୩୬ ବର୍ଷରେ ଗତ ବର୍ଷ ଫ୍ରେଂଚ ଓପନ ଜିତିଥିଲେ । ନାଡାଲ ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନର ଦ୍ୱିତୀୟ ରାଉଣ୍ଡରୁ ଆଘାତ ସମସ୍ୟା ଯୋଗୁ ଓହରି ଯିବାକୁ ବାଧ୍ୟ ହୋଇଥିଲେ ।

Related Articles

Back to top button