ପିତା ହେଲେ ଟେନିସ୍ ଷ୍ଟାର ରାଫେଲ ନାଡାଲ

ମାଲୋର୍କା: ଟେନିସ୍ ଷ୍ଟାର ରାଫେଲ ନାଡାଲ ପିତା ହୋଇଛନ୍ତି । ନାଡାଲଙ୍କ ପତ୍ନୀ ମାରିୟା ଫ୍ରାନସିସ୍କା ପେରେଲୋ ମାଲୋର୍କାସ୍ଥିତ ଏକ କ୍ଲିନିକରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନାଡାଲ ଓ ମାରିୟାଙ୍କ ଏହା ପ୍ରଥମ ସନ୍ତାନ। ପୁରୁଷ ବର୍ଗରେ ରେକର୍ଡ ୨୨ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ନାଡାଲ ଓ ମାରିୟା ୨୦୧୯ ମସିହାରେ ବିବାହ କରିଥିଲେ। ଗତ ଜୁନ ମାସରେ ନାଡାଲ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପତ୍ନୀ ଗର୍ଭବତୀ ଥିବା ପୁଷ୍ଟି କରିଥିଲେ।

ଫୁଟବଲ କ୍ଲବ ରିୟଲ ମାଦ୍ରିଦ୍  ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ଖବର ସେୟାର କରିଛନ୍ତି ଓ ଦମ୍ପତ୍ତିଙ୍କୁ ସୁଭେଚ୍ଛା ଜଣାଇଛନ୍ତି। ଏଥିରେ ଆମର ପ୍ରିୟ ମାନନୀୟ ସଦସ୍ୟ ରାଫେଲ ନାଡାଲ ଓ ମାରିୟା ପେରେଲୋ ତାଙ୍କ ପ୍ରଥମ ସନ୍ତାନର ଜନ୍ମ ଲାଗି ବଧେଇ। ଆମେ ଏହି ମୁହୁର୍ତ୍ତର ଖୁସିକୁ ସେୟାର କରିବା ପାଇଁ ଆପଣଙ୍କ ସାଥ ଦେଉଛୁ ଓ ଶୁଭ କାମନା ଜଣାଉଛୁ ବୋଲି ଉଲ୍ଲେଖ କରିଛନ୍ତି।

ନାଡାଲ ଓ ମାରିୟା ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ୧୯ ଅକ୍ଟୋବର ୨୦୧୯ରେ ବିବାହ କରିଥିଲେ।  ଚଳିତବର୍ଷ ୱାର୍ଲଡ ନମ୍ବର ୱାନ ହେବା ଲାଗି ନାଡାଲଙ୍କ ଲାଗି ଯଥେଷ୍ଟ ସୁଯୋଗ ଅଛି। ଚଳିତବର୍ଷ ପ୍ରାରମ୍ଭରେ ୩୬ ବର୍ଷିୟ ଟେନିସ୍ ଷ୍ଟାର ଅଷ୍ଟ୍ରେଲିୟାନ ଓପନ ବିଜୟୀ ହୋଇଥିଲେ। ୨୨ ଥର ଗ୍ରାଣ୍ଡସ୍ଲାମ ବିଜେତା ଚଳିତବର୍ଷ ଚତୁର୍ଦ୍ଦଶ ଥର ଲାଗି ଫ୍ରେଞ୍ଚ ଓପନ ୨୦୨୨ ଜିତିବାରେ ସଫଳ ହୋଇଛନ୍ତି।

Related Articles

Back to top button