ବେଦା କ୍ରିଷ୍ଣାମୂର୍ତି ଓ ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ଖେଳାଳି ବେଦା କ୍ରିଷ୍ଣାମୂର୍ତି ଓ କର୍ଣ୍ଣାଟକର ଅର୍ଜୁନ ହୋଏସାଲା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ମାଆଙ୍କ ଜନ୍ମ ବାର୍ଷିକୀ ଅବସରରେ ବେଦା ତାଙ୍କ ଦୀର୍ଘ ଦିନର ସାଥୀ ତଥା କ୍ରିକେଟର ଅର୍ଜୁନ ଏକ ହୋଇଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଥିଲେ । ୨୦୨୧ରେ ସେମାନଙ୍କ ବାହାଘର ହେବା ଏକପ୍ରକାର ସ୍ଥିର ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ମାଆଙ୍କ ପରଲୋକ ହୋଇଥିଲା । ଏହା ପରେ ବେଦା ମାଆ ଜନ୍ମ ବାର୍ଷିକୀରେ ବିବାହ କରିବେ ବୋଲି ନିଷ୍ପତି ନେଇଥିଲେ । ଅର୍ଜୁନ ମଧ୍ୟ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।

ଏକ ସାଧାରଣ ସମାରୋହରେ ଉଭୟ ବାଙ୍ଗାଲୋରର ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି ଅବସରରେ ସେମାନଙ୍କ ପରିବାର ଲୋକ ଓ ଅତି ନିକଟତମ ବନ୍ଧୁମାନେ ଉପସ୍ଥିତ ଥିଲେ ।

 

Related Articles

Back to top button