
୧୭ଜଣିଆ ଓଡ଼ିଶା ରଣଜୀ ଦଳ ଘୋଷଣା କଲା ଓସିଏ
କଟକ: ରଣଜୀ ସିଜନ ପାଇଁ ଘୋଷଣା ହେଲା ଓଡିଶା ରଣଜୀ ଦଳ । ବରୋଦା ଓ ଉତ୍ତରାଖଣ୍ଡରେ ଖେଳାଯିବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ୍ ପାଇଁ ୧୭ ଜଣିଆ ଓଡ଼ିଶା ଟିମ୍ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ । ଅଭିଜ୍ଞ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକତ୍ୱ ଦିଆଯାଇଛି । ୪ଜଣ ନୂଆ ମୁଁହ ଟିମରେ ସାମିଲ ହୋଇଛନ୍ତି ।
ସ୍ୱସ୍ତିକ ସାମଲ, ତାରିଣୀ ସା, କାର୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ରଣଜୀ ସିଜନରେ ଓଡିଶା ପକ୍ଷରୁ ନଜର ଆସିବେ। ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ଏହି ରଣଜୀ ସିଜନରେ ପଦାର୍ଣଣ କରିବ ଓଡିଶା । ଦଳରେ ଯଦି ଦେଖିବା ବ୍ୟାଟିଂ ଲାଇନ ଅପ ରେ ରହିଛନ୍ତି ଶାନ୍ତନୁ ମିଶ୍ର , ଅନୁରାଗ ଷଡ଼ଙ୍ଗୀ , ଶୁଭ୍ରାଂଶୁ ସେନାପତି ,ଗୋବିନ୍ଦ ପୋଦାର, ଅଭିଷେକ ରାଉତ , ରାକେଶ ପଟ୍ଟନାୟକ। ସେହିପରି ବୋଲିଂ ଅର୍ଡର ରେ ଦେବବ୍ରତ ପ୍ରଧାନ , ସୂର୍ଯ୍ୟକାନ୍ତ ପ୍ରଧାନ , ବସନ୍ତ ମହାନ୍ତି ସୁଭମ ନାୟକ ରହିଛନ୍ତି। ଅନ୍ୟପଟେ କିପିଂ ରେ ଅଭିଜ୍ଞ ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ସ୍ଥାନ ପାଇଛନ୍ତି। ସିଜନର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଦଳ ଆଜି ଘୋଷଣା ହୋଇଛି । ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବରୋଦା ବିପକ୍ଷ ରେ ଖେଳାଯିବାକୁ ଥିଲା ବେଳେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ ରେ ଉତ୍ତରାଖଣ୍ଡକୁ ଭେଟିବ ଓଡିଶା। ତେଣୁ ଏହି ଦଳ ନିଶ୍ଚୟ ରଣଜୀ ସିଜନରେ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ। ଟୁର୍ଣ୍ଣାମେଣ୍ଟରେ ୩୮ଟି ଟିମ୍ ୫ଟି ଗ୍ରୁପରେ ରହିବେ ।