
ନେଟ୍ ପ୍ରାକ୍ଟିସ୍ ସମୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆହତ
ମେଲବୋର୍ଣ୍ଣ: T20 ବିଶ୍ବକପ ସେମିଫାଇନାଲ୍ ଲଢେଇ ଆଗରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆହତ । ଆସନ୍ତା ୧୦ତାରିଖରେ ଆଡିଲେଟ୍ ରେ ଇଂଲଣ୍ଡ ସହ ସେମି ମୁକାବିଲା । ତାଆଗରୁ ଆଜି ସକାଳେ ରୋହିତ ଶର୍ମା ନେଟ୍ ପ୍ରାକ୍ଟିସ୍ ସମୟରେ ଆହତ ହୋଇ ଯାଇଛନ୍ତି ।
ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ଏକ ବଲ୍ ଡାହାତ ହାତ କଚଟିରେ ବାଜି ଯାଇଥିିଲା । ଯନ୍ତ୍ରଣାରେ ୪୦ ମିନିଟ ଧରି ରୋହିତ ପ୍ରାକ୍ଟିସ ନକରି ବସି ରହିଥିଲେ । ସେପଟେ ପ୍ରାକ୍ଟିସ୍ ସମୟରେ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଉପସ୍ଥିତ ଥିଲେ ।
କିଛି ସମୟ ମଧ୍ୟରେ ଫିଜିଓ ଏବଂ ଡାକ୍ତର ରୋହିତ ଶର୍ମାଙ୍କ ନିକଟରେ ପହଞ୍ଚି ସେଠାରେ ରୋହିତଙ୍କ ଆଘାତ ପରୀକ୍ଷା କରିଥିଲେ । ମଝିରେ ମଝିରେ ସେ ରାହୁଲ ଦ୍ରାବିଡଙ୍କ ସହ କଥା ହୋଇଥିଲେ । ମେଡିକାଲ ଟ୍ରିଟମେଣ୍ଟ ପରେ ରୋହିତ ପୁଣି ଥରେ ପ୍ରାକ୍ଟିସକୁ ଫେରିଥିଲେ, ତେବେ ଆହତ ନେଇ ବିସିସିଆଇ କୌଣସି ଅପଡେଟ୍ ଦେଇନାହିଁ ।