ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

ଏଥିସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୮ ହେଲା

ନୂଆଦିଲ୍ଲୀ : ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ କୁସ୍ତିରେ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛିି । ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ ହାସଲା କରିଛନ୍ତି । ସାକ୍ଷୀ ମଲିକ ମହିଳା ୬୨ କିଗ୍ରା ଫ୍ରିଷ୍ଟାଇଲ୍ ଇଭେଣ୍ଟ୍‌ରେ କାନାଡ଼ାର ଗୋଡିନେଜ୍ ଗୋଞ୍ଜାଲେଜ୍‌ଙ୍କୁ ଫଲ୍‌ରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ଏଥିସହ ସାକ୍ଷୀ ମଧ୍ୟ କ୍ରମାଗତ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତୃତୀୟ ପଦକ ଜିତିଛନ୍ତି । ଏଥିସହ ସାକ୍ଷୀ ଚଳିତ ସଂସ୍କରଣରେ ଦେଶକୁ ଅଷ୍ଟମ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି । ସ୍ୱର୍ଣ୍ଣପଦକ ବିଜୟଜନିତ ସଫଳତା ପାଇଁ ଉଭୟ ବଜରଙ୍ଗ ଓ ସାକ୍ଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏବେ ସୁଦ୍ଧା ଭାରତକୁ ମିଳିଲାଣି ୨୩ଟି ପଦକ । ଭାରତକୁ ମିଳିଲାଣି ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ମିଳିଛି ।

Related Articles

Back to top button