ଡବ୍ଲ୍ୟୁପିଏଲ ୨୦୨୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଟିମର ମେଣ୍ଟର ହେଲେ ସାନିଆ

ବାଙ୍ଗାଲୋର: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ମହିଳା ପ୍ରିମିୟର ଲିଗ କ୍ରିକେଟରେ ଗୁରୁ ଦାୟିତ୍ୱ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ତାଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି । ସାନିଆ ମଧ୍ୟ ଏହି ଗୁରୁ ଦାୟିତ୍ୱ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ମହିଳା ଖେଳାଳିମାନଙ୍କ ପାଇଁ ସାନିଆ ସର୍ବଦା ପ୍ରେରଣା ହୋଇ ରହିଛନ୍ତି ଓ ରହିବେ । ତାଙ୍କ ଉପସ୍ଥିତି ଅନ୍ୟ ଯୁବ କ୍ରିଙ୍ରେଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ଆରସିବି ତାର ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି । ୨୦ ବର୍ଷ ହେବ ମୁଁ ପ୍ରଫେଶନାଲ ଆଥଲେଟ ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲାଉଛି ।

ମୁଁ ମୋ ସାଥୀ ଖେଳାଳିଙ୍କ ମାନସିକ ଚାପ ହଟେଇବା ପାଇଁ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଫେବୃୟାରୀ ୩ ନିଲାମ ପ୍ରକ୍ରିୟାରେ ବାଙ୍ଗାଲୋର ଟିମ ସ୍ମୃତି ମାନ୍ଧନାଙ୍କୁ ସର୍ବାଧିକ ୩.୪ କୋଟି ଟଙ୍କାରେ କ୍ରୟ କରିଥିଲା । ଏହି ଟିମରେ .ସୋଫି ଡିଭାଇନ, ଏଲିସ ପେରୀ, ରେଣୁକା ସିଂ ଓ ରିଚା ଘୋଷଙ୍କ ପରି ଖେଳାଳି ରହିଛନ୍ତି ।

Related Articles

Back to top button