ଭାରତର ୱେଟଲିଫ୍ଟର ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ: ୨ଥର ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ୱେଟଲିଫ୍ଟର ଖୁମୁକଚମ ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସେ ଏନାବୋଲିକ ଷ୍ଟେରୟଡ ଡ୍ରୋଷ୍ଟାନୋଲୋନ ନିଷିଦ୍ଧ ଡ୍ରଗ୍ସ ସେବନ କରିଥିବା ପ୍ରମାଣିତ ହୋଇଛି । ସେ ଗତ ବର୍ଷ ଗାନ୍ଧୀନଗରରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ ପାଇଥିବା ପଦକକୁ ତାଙ୍କଠାରୁ ଛଡେଇ ନିଆଯାଇଛି । ପ୍ରତିଯୋଗିତାରେ ଅଂଶଗ୍ରହଣ ନେଇ ତାଙ୍କ ଉପରେ ବାସନ୍ଦ ଲଗାଯାଇଛି । ମଣିପୁରର ସଞ୍ଜିତାଙ୍କ ଡୋପ ନମୂନା ଗତବର୍ଷ ସେପ୍ଟମ୍ବରରେ ନିଆ ଯାଇଥିଲା । ଏହି ପ୍ରତିଯୋଗିତାର ୪୯ କିଗ୍ରା ବିଭାଗରେ ସେ ରୌପ୍ୟ ପଦକ ଜିତିଥିଲେ ।

ଅଲିମ୍ପିକ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସଞ୍ଜିତା ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥିରେ ସେ ରେକର୍ଡ ମଧ୍ୟ କରିଥିଲେ । ୨୦୧୮ ଡୋପ ଟେଷ୍ଟରେ ବି ସେ ବିଫଳ ହୋଇଥିଲେ । ୨୦୨୦ରେ ସେ ଏହି ଅଭିଯୋଗରୁ ମୁକ୍ତ ହୋଇଥିଲେ ।

Related Articles

Back to top button