କଟକ ଏସ୍‌ସିବିରେ ଆହତଙ୍କୁ ଭେଟିଲେ ମମତା

ଭୁବନେଶ୍ୱର : ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ପରେ ସେ କଟକ ଗସ୍ତ କରିଥିଲେ । ରେଭେନ୍ସା ପରିସରରେ ସେ ହେଲିପ୍ୟାଡରୁ ଓହ୍ଲାଇଥିଲେ । ଏହାପରେ ସେ ଏସସିବି ମେଡ଼ିକାଲକୁ ଯାଇଛନ୍ତି ।

ମମତା ହସ୍ପିଟାଲରେ ଆହତମାନଙ୍କର ଚିକିତ୍ସା ଦେଖିବା ସହିତ ସେମାନଙ୍କ ସହିତ କଥା ହୋଇଛନ୍ତି । ସେଠାରୁ ଭୁବନେଶ୍ବର ଆସିବେ । ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲ ଯାଇ ସେଠାରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଭେଟିବେ ମମତା। ନିଜ ଦାର୍ଜଲିଂ ଗସ୍ତ ବାତିଲ କରି ମମତା ଓଡ଼ିଶା ଗସ୍ତକୁ ଆସିଛନ୍ତି । ସୂଚନା ଥାଉକି, ମମତାଙ୍କ ସହ ଦୁଇ ମନ୍ତ୍ରୀ ବି ଓଡ଼ିଶା ଗସ୍ତରେ ଆସିଛନ୍ତି । ମନ୍ତ୍ରୀମାନେ ଏମସ୍‌ ଯାଇ ଆହତଙ୍କୁ ଭେଟିଛନ୍ତି ।

କହିବାକୁ ଗଲେ ଶୁକ୍ରବାର ବାଲେଶ୍ୱର ବାହାନଗାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରଦିନ ମମତା ବାହାନଗା ଯାଇ ସେଠାରେ ସ୍ଥିତିର ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ପଶ୍ଚିବଙ୍ଗର ଯାତ୍ରୀଙ୍କ ପରିବାର ଲୋକକୁ ଚାକିରୀ ଦେବା ଲାଗି ଘୋଷଣା କରିଛନ୍ତି ମମତା ବାନାର୍ଜୀ।

Related Articles

Back to top button