
ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି : ପରିବହନ ମନ୍ତ୍ରୀ ବିଭୁତି ଜେନା
ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି । ଦୃତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି । ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନରେ ଉଲ୍ଲଙ୍ଘନ କରୁଛନ୍ତି । ଦୃତ ଗାଡ଼ିଚାଳନା ଯୋଗୁଁ ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ଫିକ୍ସ ନ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ସଚେତନ ହେବାକୁ ମଧ୍ୟ ତାଗିଦ କରାଯାଇଛି । ଗ୍ରାହକଙ୍କୁ ଖୁସି କରାଇବା ପାଇଁ ହୋମ୍ ଡେଲିଭରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଏ କେତେ ଶୀଘ୍ର ପାର୍ସଲ ଡେଲିଭରୀ କରିପାରିବ ସେନେଇ ମଧ୍ୟ ଡେଲିଭରୀ ବଏ ମାନେ ଦୃତ ଗତିରେ ବାଇକ ଚଳାଉଛନ୍ତି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।