ଟି-୨୦ କ୍ରିକେଟରେ ୧୦୦୦ ରନ ପୂରଣ କଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୨ରେ ସୂର୍ଯ୍ୟକୁମାର ଯାଦବ ନିଜ ପୁରୁଣା ଫର୍ମକୁ ଜାରି ରଖି ଚମତ୍କାର ବ୍ୟାଟିଂ କରୁଛନ୍ତି । ଜିମ୍ୱାୱେ ବିପକ୍ଷ ସୁପର ୧୨ର ଶେଷ ମୁକାବିଲାରେ ସୂର୍ଯ୍ୟକୁମାର ୨୫ ବଲରେ ୬ ଚୌକା ଏବଂ ଚାରି ଛକା ସାହାଯ୍ୟରେ ଅପରାଜିତ ୬୧ ରନ କରିଥିଲେ । ଏହି ବିସ୍ଫୋରକ ବ୍ୟାଟିଂ ବଳର ସେ ୨୦୨୨ରେ T20I କ୍ରିକେଟରେ ୧୦୦୦ ରନ ପୂରଣ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଏହି କିର୍ତ୍ତୀମାନ ରଚିବାରେ ସୂର୍ଯ୍ୟକୁମାର ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟର । ଅନ୍ୟପଟେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟି-୨୦ରେ ୧୦୦୦ ରନ କରିବାରେ ବିଶ୍ୱର ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । ଗତ ବର୍ଷ ପାକିସ୍ତାନର ଓପନର ବ୍ୟାଟର ମହମ୍ମଦ ରିଜୱାନ ପ୍ରଥମ ବ୍ୟାଟର ଭାବେ ଏହି ରେକର୍ଡ ନିଜ ନାଁରେ କରିଥିଲେ।

ଚଳିତ ବର୍ଷ ସବୁଠୁ ଅଧିକ ରନ କରିବା ମାମଲାରେ ସୂର୍ଯ୍ୟକୁମାର ଯାଦବ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କ ପଛକୁ ମହମ୍ମଦ ରିଜୱାନ ୯୨୪ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । କିଙ୍ଗ କୋହଲି ୭୩୧ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଏହି କିର୍ତ୍ତୀମାନ ରଚିବା ସହ ସୂର୍ଯ୍ୟକୁମାର ଯାଦବ କ୍ରିକେଟ ଲିଜେଣ୍ଡ ସୁନୀଲ ଗାଭାସ୍କର ଏବଂ ସଚିନ ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଟେଷ୍ଟ କ୍ରିକେଟରେ ସୁନୀଲ ଗାଭାସ୍କର ୧୯୭୬ ମସିହାରେ ପ୍ରଥମ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ ରନ କରିଥିଲେ । ସେହିପରି ସଚିନ ତେନ୍ଦୁଲକର ୧୯୯୪ ମସିହାରେ ଦିନିକିଆ କ୍ରିକେଟରେ ଏହି କିର୍ତ୍ତୀମାନ ସ୍ଥାପନ କରିଥିଲେ । ଏବେ ଟି-୨୦ କ୍ରିକେଟରେ ସୂର୍ଯ୍ୟକୁମାର ପ୍ରଥମ ଭାରତୀୟ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି ।

Related Articles

Back to top button