ସୂର୍ଯ୍ୟକୁମାର ରଚିଲେ ଇତିହାସ: ଟି -୨୦ ମାନ୍ୟତାରେ ହେଲେ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମାତ୍ର କିଛି ଦିନ ମଧ୍ୟରେ ନିଜର ଧମାକାଦାର ପ୍ରଦର୍ଶନ ବଳରେ ଆଇସିସି ଟି-୨୦ ବ୍ୟାଟିଂ ର‌୍ୟାଙ୍କିଙ୍କ୍‌ର ଶିର୍ଷରେ ପହଞ୍ଚିଛନ୍ତି । ବୁଧବାର ଜାରି ହୋଇଥିବା ସଦ୍ୟତମ ର‌୍ୟାଙ୍କିଙ୍କ୍ ଅନୁଯାୟୀ ସୁର୍ଯ୍ୟକୁମାର ଟି-୨୦ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସୂର୍ଯ୍ୟକୁମାର ପାକିସ୍ତାନି ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍‌ଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଗତବର୍ଷ ମାର୍ଚ୍ଚ ମାସରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଭାରତୀୟ ଟିମ୍‌ର ଜଣେ ନିୟମିତ ପ୍ଲେୟାର। ଏହା ସହିତ ସେ ଏବେ କ୍ରିକେଟ୍ ଜଗତରେ ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟକୁମାର ୩୭ ଟି-୨୦ ମୁକାବିଲା ଖେଳି ଗୋଟିଏ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ସହିତ ସେ ୧୩ଟି ଦିନିକିଆ ମ୍ୟାଚ୍‌ରେ ଖେଳିଛନ୍ତି। ସଦ୍ୟତମ ର‌୍ୟାଙ୍କିଙ୍କ୍ ଅନୁଯାୟୀ ସୂର୍ଯ୍ୟକୁମାର ୮୬୩ ଏବଂ ରିଜୱାନ୍‌ ୮୪୨ ପଏଣ୍ଟରେ ଥିବା ବେଳେ ତାଙ୍କ ପଛକୁ ନ୍ୟିଜିଲାଣ୍ଡର ଡେଭନ୍ କନବ୍ୱେ ୭୯୨ ପଏଣ୍ଟରେ ରହିଛନ୍ତି।

Related Articles

Back to top button