ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ଟିମ୍ ଇଣ୍ଡିଆର ଖେଳାଳି, ଅମ୍ପାୟାର ଓ ଅଧିକାରୀ
ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଜଳାଭିଶେଖ କରିଛନ୍ତି। ମନ୍ଦିରରେ ଭସ୍ମ ଆରତୀରେ ଭାଗ ନେଇ ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କ୍ରିକେଟର।
ଉଜ୍ଜୟୀନର ମହାକାଳେଶ୍ୱର ମନ୍ଦିରରେ ସୂର୍ଯ୍ୟ କୁମାର ଯାଦବ, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଆରତୀ ସହ ଜାଳିଭିଷେକ କରିଥିବା ବେଳେ ଅମ୍ପାୟାର ଓ ଅନ୍ୟ ସହକର୍ମୀମାନେ ମନ୍ଦିରରେ ବିଭିନ୍ନ ନୀତିକାନ୍ତିରେ ସାମିଲ୍ ହୋଇଥିଲେ। ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
ଏନେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ” ଆମେ ଋଷଭ ପନ୍ତଙ୍କ ଦ୍ରୁତ ଆରୋଗ୍ୟ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛୁ। କାରଣ ତାଙ୍କର ଯଥାଶୀଘ୍ର ଫେରିଆସିବା ଆମ ଟିମ୍ ପାଇଁ ଖୁବ ଆବଶ୍ୟକ।” ସେହପରି ନ୍ୟୁଜିଲାଣ୍ଡ ସିରିଜ୍ ନେଇ ସେ କହିଛନ୍ତି ” ନ୍ୟୁଜିଲାଣ୍ଡ ବିପକ୍ଷରେ ଆମେ ମ୍ୟାଚ୍ ଜିତିସାରିଛୁ। ଶେଷ ମ୍ୟାଚ୍ ଖେଳିବାକୁ ଅପେକ୍ଷା କରିଛୁ।”
ଭୋର ସମୟରେ ମହାକାଳଙ୍କ ପାଖରେ ଭସ୍ମ ଆରତୀ ହୋଇଥାଏ। ତେଣୁ ଆଜି ସକାଳୁ ସକାଳୁ ୩ ଖେଳାଳି ଓ ଅନ୍ୟ ଷ୍ଟାଫ୍ ପରମ୍ପରା ଅନୁଯାୟୀ ଧୋତି ଓ ଅଙ୍ଗବସ୍ତ୍ରର ପିନ୍ଧି ମନ୍ଦିରରେ ପହଞ୍ଚି ନୀତିକାନ୍ତି କରିକରିଥିଲେ। ପୂଜାର୍ଚ୍ଚନା ପରେ ଭାରତୀୟ ସ୍କ୍ୱାଡର ୨୫ ଜଣ ସଦସ୍ୟ ମିଳିତ ଭାବେ ମହାନିର୍ବାଣୀ ଆଖଡ଼ାର ମହନ୍ତ ଶ୍ରୀ ବିନୀତ ଗିରିଜୀ ମହରାଜଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ