ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଅମ୍ପାୟାର ଓ ଅଧିକାରୀ

ଭୋପାଳ: ଦୁର୍ଘଟଣାର ଶିକାର ହୋଇ ଆହତ ଅବସ୍ଥାରେ ଚିକିତ୍ସିତ ଥିବା ଋଷବ ପନ୍ତଙ୍କ ପାଇଁ ମନ୍ଦିରର ପୂଜା କଲେ ଟିମ୍ ଇଣ୍ଡିଆର ଖେଳାଳି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳିବା ପୂର୍ବରୁ ସୋମବାର ସକାଳେ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଜଳାଭିଶେଖ କରିଛନ୍ତି। ମନ୍ଦିରରେ ଭସ୍ମ ଆରତୀରେ ଭାଗ ନେଇ ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କ୍ରିକେଟର।

ଉଜ୍ଜୟୀନର ମହାକାଳେଶ୍ୱର ମନ୍ଦିରରେ ସୂର୍ଯ୍ୟ କୁମାର ଯାଦବ, ୱାଶିଂଟନ ସୁନ୍ଦର ଓ କୁଲଦୀପ ଯାଦବ ଆରତୀ ସହ ଜାଳିଭିଷେକ କରିଥିବା ବେଳେ ଅମ୍ପାୟାର ଓ ଅନ୍ୟ ସହକର୍ମୀମାନେ ମନ୍ଦିରରେ ବିଭିନ୍ନ ନୀତିକାନ୍ତିରେ ସାମିଲ୍ ହୋଇଥିଲେ। ଯାହାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।

ଏନେଇ ସୂର୍ଯ୍ୟକୁମାର ଯାଦବ କହିଛନ୍ତି  ” ଆମେ ଋଷଭ ପନ୍ତଙ୍କ ଦ୍ରୁତ ଆରୋଗ୍ୟ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛୁ। କାରଣ ତାଙ୍କର ଯଥାଶୀଘ୍ର ଫେରିଆସିବା ଆମ ଟିମ୍‌ ପାଇଁ ଖୁବ ଆବଶ୍ୟକ।” ସେହପରି ନ୍ୟୁଜିଲାଣ୍ଡ ସିରିଜ୍‌ ନେଇ ସେ କହିଛନ୍ତି ” ନ୍ୟୁଜିଲାଣ୍ଡ ବିପକ୍ଷରେ ଆମେ ମ୍ୟାଚ୍ ଜିତିସାରିଛୁ। ଶେଷ ମ୍ୟାଚ୍ ଖେଳିବାକୁ ଅପେକ୍ଷା କରିଛୁ।”

ଭୋର ସମୟରେ ମହାକାଳଙ୍କ ପାଖରେ ଭସ୍ମ ଆରତୀ ହୋଇଥାଏ। ତେଣୁ ଆଜି ସକାଳୁ ସକାଳୁ ୩ ଖେଳାଳି ଓ ଅନ୍ୟ ଷ୍ଟାଫ୍ ପରମ୍ପରା ଅନୁଯାୟୀ ଧୋତି ଓ ଅଙ୍ଗବସ୍ତ୍ରର ପିନ୍ଧି ମନ୍ଦିରରେ ପହଞ୍ଚି ନୀତିକାନ୍ତି କରିକରିଥିଲେ। ପୂଜାର୍ଚ୍ଚନା ପରେ ଭାରତୀୟ ସ୍କ୍ୱାଡର ୨୫ ଜଣ ସଦସ୍ୟ ମିଳିତ ଭାବେ ମହାନିର୍ବାଣୀ ଆଖଡ଼ାର ମହନ୍ତ ଶ୍ରୀ ବିନୀତ ଗିରିଜୀ ମହରାଜଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ

Related Articles

Back to top button