ଟି-୨୦ ବିଶ୍ଵ କପ୍ ପାଇଁ କମେଣ୍ଟ୍ରି ପ୍ୟାନେଲ୍ର ଘୋଷଣା, ତାଲିକାରେ ଅଛନ୍ତି ୩ ଭାରତୀୟ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆଜିଠୁ ଆରମ୍ଭ ହୋଇଛି ଟି-୨୦ ବିଶ୍ଵ କପ୍ ୨୦୨୨। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଦୁର୍ବଳ କୁହାଯାଉଥିବା ନାମିବିୟା ଏସିଆ କପ୍ ଚାମ୍ପିଅନ ଶ୍ରୀଲଙ୍କାକୁ ୫୫ ରନରେ ହରାଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂକରି ନାମିବିୟା ୭ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୧୯ ଓଭରରେ ୧୦୮ ରନରେ ଅଲଆଉଟ୍ ହୋଇଛି।
ଅନ୍ୟପଟେ ଆଇସିସି ଟି-୨୦ ବିଶ୍ଵ କପ୍ ପାଇଁ ଭାଷ୍ୟକାର କମିଟି ଘୋଷଣା କରିଛି। ୨୯ ଭାଷ୍ୟକରକୁ ନେଇ ଗଠିତ କମିଟିରେ ତିନି ମହିଳା ଭାରତୀୟ ଭାଷ୍ୟକାରଙ୍କୁ ସାମିଲ୍ କରାଯାଇଛି। ଏଥିରେ ମେଲ୍ ଜୋନ୍ସ, ଇସା ଗୁହା ଏବଂ ନତାଲି ଜର୍ମନୋସ୍ ସାମିଲ୍। ତାଲିକାରେ ଭାରତର ହର୍ଷ ଭୋଗଲେ, ରବି ଶାସ୍ତ୍ରୀ ଏବଂ ସୁନିଲ ଗାଭାସ୍କରଙ୍କ ପରି ଦିଗ୍ଜ ସାମିଲ୍। ନିକଟରେ କ୍ରିକେଟରୁ ଅବସର ନେଇଥିବା ଇଅନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ୍ ଷ୍ଟେନ ଏବଂ ନିୟାଲ ଓ ବ୍ରାଏନଙ୍କ ପରି ପୂର୍ବତନ କ୍ରିକେଟ୍ଙ୍କୁ ଭାଷ୍ୟକାର କମିଟିରେ ସାମିଲ୍ କରାଯାଇଛି।
ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସଂସ୍କରଣରେ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏଥିରୁ ଚାରୋଟି ଦଳ ସୁପର ୧୨ରେ ସ୍ଥାନ ପାଇବେ। ପୁଣି ସୁପର ୧୨ରେ ଦୁଇ ଗ୍ରୁପରୁ ଶୀର୍ଷ ଦୁଇ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ।
ଫାଇନାଲ୍ ମୁକାବିଲା ଅକ୍ଟୋବର ୧୩ରେ ଐତିହାସିକ ମେଲବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଘରୋଇ ପଡିଆରେ ବିଶ୍ଵ କପ୍ ଆୟୋଜନ ହେଉଥିବାରୁ ନିଜର ଟାଇଟଲ୍ ବଜାୟ ରଖିବାକୁ ଯଥା ସମ୍ଭବ ଉଦ୍ୟମ କରିବ। ତେବେ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷ ତିନି ସ୍ଥାନରେ ଥିବା ଭରତ, ଇଂଲଣ୍ଡ ଏବଂ ପାକିସ୍ତାନ ଟାଇଟଲ୍ ପାଇଁ ପ୍ରବଳ ଦାବିଦାର ଅଛନ୍ତି।
ଏଥର ଆଇସିସି ଟି-୨୦ ବିଶ୍ଵ କପ୍ର ପ୍ରସାରଣ ଦୁନିଆର ୨୨ ଦେଶରେ କରାଯାଉଛି। କୌଣସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଏହା ସବୁଠୁ ବଡ ରେକର୍ଡ। ଭାରତ, ନେପାଳ, ଭୁଟାନ, ଶ୍ରୀଲଙ୍କା ଏବଂ ମାଳଦ୍ଵୀପରେ ଟି-୨୦ ବିଶ୍ଵ କପ୍ର ପ୍ରସାରଣ ଷ୍ଟାର ନେଟଓ୍ଵର୍କରେ କରାଯାଉଛି। ସ୍କାଇ ସ୍ପୋର୍ଟ୍ସ(ୟୁକେ), ଗାଜି ଟିଭି(ବାଂଲାଦେଶ) ଏବଂ ଫୋକ୍ସ ସ୍ପୋର୍ଟ୍ସ(ଅଷ୍ଟ୍ରେଲିଆ)ରେ ଟି-୨୦ ବିଶ୍ଵ କପ୍ର ପ୍ରସାରଣ କରୁଛନ୍ତି। ଟି-୨୦ ବିଶ୍ଵ କପ୍ର କମେଣ୍ଟ୍ରି ପ୍ୟାନେଲ୍ରେ ଭାରତରୁ ସୁନିଲ ଗାଭାସ୍କର, ରବି ଶାସ୍ତ୍ରୀ ଏବଂ ହର୍ଷ ଭୋଗଲେ(ଭାରତ) ସାମିଲ୍।