ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ: ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ ୦-୩ ଗୋଲରେ ପରାସ୍ତ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପୁଣି ଭାରତ ପରାଜିତ ହୋଇଛି । ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି । ଉଭୟ ଟିମ୍  ପ୍ରଥମ ହାଫ୍ ଟାଇମ ଭିତରେ କୈାଣସି ଗୋଲ ସ୍କୋର କରିନଥିବା ବେଳେ ଦ୍ବିତିୟ ହାଫରେ ତିନିଟି ଗୋଲ ଦେଇଥିଲା ମରକ୍କୋ ଦଳ ।

ନିଜର ପ୍ରଥମ ମ୍ୟାଚରେ ଭାରତ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଥିଲେ ମଧ୍ୟ ଭାରତୀୟ ମହିଳା ଟିମ୍ ପରାସ୍ତ ହୋଇଛି ।  ମଙ୍ଗଳବାର ମଧ୍ୟ ଭାରତ ତା’ର ପ୍ରଥମ ମ୍ୟାଚ୍‌‌ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା।

Related Articles

Back to top button