ଗୁରୁବାର ସକାଳ ୬ଟା ୨୦ରେ ନୂଆଦିଲ୍ଲୀରେ ପହଞ୍ଚିବ ଟିମ୍ ଇଣ୍ଡିଆ

ବାର୍ବାଡସରେ ଫସି ରହିଥିବା ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ବୁଧବାର ବିମାନରେ ଉଡ଼ାଣ ଆରମ୍ଭ କରିଛନ୍ତି। ଟି-୨୦ ବିଶ୍ଵକପ ଜିତିବା ପରେ ଖେଳାଳିମାନେ ଘରକୁ ଫେରିପାରି ନ ଥିଲେ। ଭୀଷଣ ବାତ୍ୟା ଯୋଗୁ ବିମାନ ଉଡ଼ାଣ ବନ୍ଦ ରହିବାରୁ ଖେଳାଳିମାନେ ହୋଟେଲରେ ଫସି ରହିଥିଲେ। ଏହା ପରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଚାର୍ଟର ବିମାନ ଏଆଇସି୨୪ଡବ୍ଲ୍ୟୁସି ଖେଳାଳିମାନଙ୍କୁ ଆଣିବା ଲାଗି ବାର୍ବାଡସ ଅଭିମୁଖେ ଯାତ୍ରା କରିଥିଲା। ବୁଧବାର ବିମାନଟି ଖେଳାଳିମାନଙ୍କୁ ଧରି ଉଡ଼ାଣ ଆରମ୍ଭ କରିଛି। ଗୁରୁବାର ସକାଳ ୬ଟା ୨୦ରେ ବିମାନଟି ନୂଆଦିଲ୍ଲୀରେ ପହଞ୍ଚିବ।ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏ ସମ୍ପର୍କରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ରୋହିତ ଏବଂ ସୂର୍ଯ୍ୟକୁମାର ଯାଦବ ଟି-୨୦ ଟ୍ରଫି ସହିତ ଏକ ଫଟୋ ପୋଷ୍ଟ କରି ଖୁବଶୀଘ୍ର ଫେରୁଛୁ ବୋଲି ଲେଖିଛନ୍ତି। ବିସିସିଆଇ ପକ୍ଷରୁ ଏହି ବିମାନ ବ୍ୟବସ୍ଥା କରାଯାଇଛି। ଏଥିରେ ଖେଳାଳି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ବିସିସିଆଇ ଅଧିକାରୀ, କର୍ମଚାରୀ ଏବଂ ଯାତ୍ରା କରିଥିବା ଗଣମାଧ୍ୟମ ପ୍ରତିନିଧିମାନେ ଫେରିବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button