
୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଚ୍ଚ ଡିଆଁ ପ୍ରତିଯୋଗୀ ତେଜସ୍ୱିନ ଶଙ୍କର ସାମିଲ
ଆସନ୍ତା ଗୁରୁବାରଠାରୁ ବର୍ମିଂହାମ୍ଠାରେ ଆରମ୍ଭ ହେଉଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ ହାଇଜମ୍ପ ପ୍ରତିଯୋଗୀ ତେଜସ୍ୱିନ ଶଙ୍କର ଯୋଗ୍ୟ ବିବେଚିତ ହୋଇଛନ୍ତି। ଜାତୀୟ ରେକର୍ଡ ସ୍ଥାପନ କରିଥିବା ଶ୍ରୀ ଶଙ୍କରଙ୍କୁ ବର୍ମିଂହାମ୍ର କ୍ରୀଡ଼ାଗ୍ରାମରେ ଅନୁଷ୍ଠିତ ଚିଫ୍-ଡି ମିଶନ ବୈଠକରେ ତାଙ୍କୁ ସବୁଜ ସଙ୍କେତ ଦିଆଯାଇଛି। ଆହତ ହୋଇଥିବା ପ୍ରତିଯୋଗୀ ଅରକିୟା ରାଜିଙ୍କ ସ୍ଥାନରେ ତେଜସ୍ୱିନୀ ବର୍ମିଂହାମ୍ ଯାତ୍ରା କରିବେ।
ଭାରତର ଜାତୀୟ ଅନ୍ତରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରେ ଅସମର୍ଥ ହୋଇଥିବାରୁ ଆମେରିକାରେ ରହୁଥିବା ତେଜସ୍ୱିନୀ ଶଙ୍କରଙ୍କୁ ଏ.ଏଫ୍.ଆଇ ପକ୍ଷରୁ ପ୍ରାଥମିକ ଭାବେ ଭାରତୀୟ ଦଳରେ ସାମିଲ କରାଯାଇ ନଥିଲା, କିନ୍ତୁ ଶ୍ରୀ ଶଙ୍କର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଏଏଫ୍ଆଇ ପ୍ରବେଶ ମାନ୍ୟତାରେ ଯୋଗ୍ୟ ବିବେଚିତ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଏଏଫ୍ଆଇର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।