
ନ୍ୟୁଟ୍ରାଲ ଭେନ୍ୟୁ ଦୁବାଇରେ ପରସ୍ପରକୁ ଭେଟିବେ ଭାରତ ଓ ପାକିସ୍ତାନ
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ପରେ ଏବେ ଚର୍ଚ୍ଚା ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ । ନ୍ୟୁଟ୍ରାଲ ଭେନ୍ୟୁ ଦୁବାଇରେ ଦୁଇ ଦେଶ ପରସ୍ପରକୁ ଭେଟିବେ । ସବୁ ବେଳେ ଭାରତ ଓ ପାକିସ୍ତାନ ମ୍ୟାଚ୍ ହାଇ-ଭୋଲଟେଜ ହୋଇଥିବା ବେଳେ ସାରା ବିଶ୍ବର କ୍ରିକେଟ ପ୍ରେମୀ ଏହାକୁ ଅନାଇ ବସିଥାନ୍ତି । ତେବେ ଭାରତୀୟ ଟିମ୍ ଘୋଷଣା ସହ ଦୁବାଇରେ ଦୁଇ ଦେଶ ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ଏହାର ତାରିଖ ବି ସ୍ପଷ୍ଟ ହୋଇ ଯାଇଛି ।
ଆଜି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲ୍ୟୁ । ସେହିପରି ଦୁଇଦିନ ପୂର୍ବରୁ ପାକିସ୍ତାନ ୧୭ ଜଣିଆ ଟିମ୍ ଘୋଷଣା କରିଥିଲା । ସଲମାନ ଅଲ୍ଲୀ ଆଗାଙ୍କ ନେତୃତ୍ବରେ ପାକିସ୍ତାନ ଟିମ୍ ଏସିଆ କପ୍ ଖେଳିବ । ତେବେ ଚର୍ଚ୍ଚାର କେନ୍ଦ୍ର ପାଲଟି ଥିବା ଭାରତ-ପାକିସ୍ତାନ ମ୍ୟାଚ୍ କେବେ ଅଛି ଜାଣିଛନ୍ତି କି ? ଯଦି ନା, ତେବେ ଆପଣଙ୍କ ପାଇଁ କହି ରଖୁଛୁ ଏସିଆ କପ୍ ସିଡ୍ୟୁଲ ଅନୁସାରେ ସେପ୍ଟେମ୍ବର ୧୪ ତାରିଖରେ ଦୁବାଇରେ ହେବ ଏହି ମହା-ମୁକାବିଲା । ତେବେ ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ-ପାକିସ୍ତାନ ମୁକାବିଲା ହେବ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ହେଲେ, ଟିମ୍ ଇଣ୍ଡିଆ ଘୋଷଣା ପରେ ଦର୍ଶକ ପୁଣି ଥରେ ଆଉ ଏକ ହାଇ-ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଯାଉଥିବା ସ୍ପଷ୍ଟ ହୋଇଛି ।
୨୦୨୫ ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ । ୨୦୨୨ରେ ଟି-୨୦ ଫର୍ମାଟରେ ହୋଇଥିବା ଏସିଆ କପ୍ ଜିତିଥିଲା । ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ହରାଇଥିଲା ।
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପଅଧିନାୟକ), ଅଭିଶେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ଜସପ୍ରିତ ବୁମ୍ରା, ବରୁଣ ଚକ୍ରବର୍ତ୍ତି, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ସଞ୍ଜୁ ସ୍ୟାମସଙ୍ଗ ଏବଂ ହର୍ଷିତ ରାଣା ।ସଲମାନ ଅଲ୍ଲୀ ଆଗା (ଅଧିନାୟକ), ଅବରାର ଅହମଦ, ଫହିନ ଅଶରଫ, ଫଖର ଜମାର, ହାରିଶ ରଉଫ, ହସନ ଅଲ୍ଲୀ, ହସନ ନଓ୍ବାଜ, ହୁସେନ ତଲତ, ଖୁଶଦିଲ ଶାହ, ମୋହମ୍ମଦ ହାରିସ (ଓ୍ବିକେଟ କିପର), ମୋହମ୍ମଦ ନଓ୍ବାଜ, ମୋହମ୍ମଦ ଓ୍ବସିମ ଜୁନିୟର, ସାହିବଜାଦା ଫରହାନ, ସଇମ ଅୟୁବ, ସଲମାନ ମିର୍ଜା, ଶାହିନ ଶାହ ଅଫରିଦ ଏବଂ ସୁଫିୟାନ ମୋକିମ ।