ଶେଷରେ ହଟିଲେ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂ

ନୂଆଦିଲ୍ଲୀ: ଷ୍ଟାର ରେସଲର ଓ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ଦେଶ ଏବଂ ବିଦେଶରେ ଭାରତର ମାନ ତଳେ ପଡିଛି । ରେସଲରଙ୍କ ଜିଦ ପରେ ବ୍ରିଜଭୂଷଣ ତାଙ୍କ ପଦରୁ ହଟିବାକୁ ପଡିଛି । ଆସନ୍ତୁ ଜାଣିବା ଏହାର ଘଟଣାକ୍ରମ..

୧. ବୁଧବାର ବିଜରଙ୍ଗ ପୁନିଆ, ବିନେଶ ଫୋଗଟଙ୍କ ସମେତ ୩୦ ରେସଲର ଜନ୍ତରମନ୍ତରରେ ଧାରଣାରେ ବସିଲେ । ଅଧ୍ୟକ୍ଷ ବ୍ରିଜଭୂଷଣ ଓ କେତେକ କୋଚ ସେମାନଙ୍କ ପ୍ରତି ଯୌନ ଶୋଷଣ ଓ ହତ୍ୟା ଧମକର ଅଭିଯୋଗ ଆଣିଥିଲେ ।

୨.ବ୍ରିଜଭୂଷଣ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଦୋଷୀ ସାବ୍ୟସ୍ତ ହେଲେ ଫାଶୀରେ ଝୁଲି ପଡିବି ବୋଲି କହିଥିଲେ ।

୩. କୁସ୍ତି ସଂଘ ସହକାରୀ ସଚିବ ବବିତା ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରି ବିବାଦ ତୁଟାଇବାକୁ ଚାହିଁଥିଲେ । କିଛି ଲାଭ ହୋଇ ନ ଥିଲା । ଅନୁରାଗ ଠାକୁର ଓ କ୍ରୀଡା ମନ୍ତ୍ରଣାଳୟ ଅଧିକାରୀମାନେ ପହଲିୱାନଙ୍କ ସହ କଥା ହେଲେ ।

୪. ପହଲିୱାନଙ୍କ ଧାରଣା ଦ୍ୱିତୀୟ ଦିବସରେ ପଂହଚିଲା । ବିଭିନ୍ନ ମହଲରୁ ସେମାନଙ୍କ ପ୍ରତି ସମର୍ଥନ ବଢ଼ିଲା । ସରକାର ଏବଂ ଖେଳ ମନ୍ତ୍ରଣାଳୟ ଉପରେ ଚାପ ପଡିଲା ।

୫. ଫୋଗଟ ଖାପ ସହିତ ଅନ୍ୟ ଖାପ ପହଲିମାନଙ୍କୁ ସମର୍ଥନ କରିଥିଲେ । ମନ୍ତ୍ରଣାଳୟ ପକ୍ଷରୁ ୭୨ ଘଂଟା ମଧ୍ୟରେ ଏହାର ଜବାବ ଦେବାକୁ କୁହାଗଲା ।

୬. ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନେତା ବୃନ୍ଦା କାରତଙ୍କୁ ରାଜନୀତି ନ କରିବା ପାଇଁ ରେସଲରମାନେ କହିଥିଲେ ।

Related Articles

Back to top button