
ଟି-୨୦ ୱାର୍ଲ୍ଡ କପ୍ ଲାଗି ଭାରତୀୟ ଟିମରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପ୍ ୨୦୨୨ ପୂର୍ବରୁ ଭାରତୀୟ ଟିମକୁ ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ବିରୋଧରେ ସିରିଜ ଖେଳିବାକୁ ପଡ଼ିବ । ଟି-୨୦ ୱାର୍ଲ୍ଡକପ୍ ପୂର୍ବରୁ ଏହି ସିରିଜ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସିରିଜ ପରେ ପ୍ରଦର୍ଶନକୁ ଲକ୍ଷ୍ୟରେ ରଖି ୱାର୍ଲ୍ଡକପ ଟିମରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି ।
ଭାରତର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ୱାର୍ଲ୍ଡକପ୍ ଦଳରେ ସ୍ଥାନ ମିଳିନାହିଁ । ଶାମୀଙ୍କୁ ଷ୍ଟାଣ୍ଡବାୟ ଖେଳାଳି ଭାବେ ରଖାଯାଇଛି । ହେଲେ ଶାମୀ ଯଦି ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ସିରିଜରେ ଭଲ ଖେଳନ୍ତି ତେବେ ତାଙ୍କୁ ୱାର୍ଲ୍ଡକପ୍ ଦଳରେ ସ୍ଥାନ ମିଳିବ । ଶାମୀ ଭାରତ ପାଇଁ ୧୭ଟି ଟି-୨୦ ମ୍ୟାଚ ଖେଳି ୧୮ଟି ୱିକେଟ ନେଇଛନ୍ତି ।