ମ୍ୟାଚ ଫିକ୍ସିଂ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ବାସନ୍ଦ ହେଲେ ମେହେରଦୀପ ଛାୟକର

ନୂଆଦିଲ୍ଲୀ: ମ୍ୟାଚ ଫିକ୍ସିଂ ଉପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇସିସି ୟୁଏଇର ଜଣେ ଘରୋଇ କ୍ରିକେଟରଙ୍କୁ ମ୍ୟାଚ ଫିକ୍ସିଂ ମାମଲାରେ ୧୪ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ବାସନ୍ଦ କରିଛି। ଏହି କ୍ରିକେଟରଙ୍କ ନାମ ମେହେରଦୀପ ଛାୟକର।

୨୦୧୯ରେ ସେ ୟୁଏଇ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା ସିରିଜ୍‌ ଏବଂ ସେହି ବର୍ଷ କାନାଡାର ଜିଟି୨୦ ଲିଗରେ ମ୍ୟାଚ ଫିକ୍ସିଂ କରିଥିବା ଅଭିଯୋଗ ହୋଇଥିଲା। ଶୁଣାଣି ସମୟରେ ଟ୍ରିବ୍ୟୁନାଲ ମେହେରଦୀପଙ୍କୁ ଆଇସିସି ଏବଂ କ୍ରିକେଟ କାନାଡାର ଦୁର୍ନୀତି ନିବାରଣ ସଂହିତାର ସାତୋଟି ନିୟମ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ କରିଛି। ଟ୍ରିବ୍ୟୁନାଲ ଦ୍ୱାରା ଛାୟକରଙ୍କ ନିଷେଧାଦେଶ ସମ୍ପର୍କରେ ଆଇସିସି ଏକ ବିବୃତ୍ତି ଜାରି କରିଛି।

ଛାୟକର ୟୁଏଇର ଅନେକ ଶ୍ରେଷ୍ଠ କ୍ରିକେଟ କ୍ଲବ ପାଇଁ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଖେଳିଛନ୍ତି। ତାଙ୍କ ବିରୋଧରେ ମ୍ୟାଚ ଫିକ୍ସିଂ ଅଭିଯୋଗକୁ ଛାୟକର ଅସ୍ବୀକାର କରିଛନ୍ତି।

Related Articles

Back to top button