ଯାଞ୍ଚ କମିଟି ମେମ୍ବର ତଥ୍ୟ ଲିକ କରୁଥିବା ଅଭିଯୋଗ ଆଣିଲେ ରେସଲର ଭିନେଶ ଫୋଗଟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କୁ ନେଇ ଉପୁଜିଥିବା ବିବାଦ ଆଜି ନୂଆ ମୋଡ ନେଇଛି । ଭାରତୀୟ ଅଲିମ୍ପିକ ଆସୋସିଏଶନ ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ଗଠିତ ସ୍ୱତନ୍ତ୍ର ଯାଞ୍ଚ କମିଟିକୁ ନେଇ ବିବାଦ ଦେଖା ଦେଇଛି । ମହିଳା ରେସଲର ଭିନେଶ ଫୋଗଟ ଅଭିଯୋଗ ଆଣିଛନ୍ତି ଯେ, କମିଟିର ଜନୈକ ସିନିୟର ରେସଲର ତଥ୍ୟ ବାହାରେ ଲିକ କରୁଛନ୍ତି । ଯୋଗେଶ୍ୱର ଦତଙ୍କ ନାଁ ନେଇ ନ ଥିଲେ ମଧ୍ୟ ସେ ତାଙ୍କୁ ଟାର୍ଗେଟ କରି ଏହି ଅଭିଯୋଗ ଆଣିଥିବା ଅନୁମାନ କରାଯାଉଛି । କମିଟି ଗଠନ ହେବାର ପ୍ରଥମ ଦିନରୁ ଯୋଗେଶ୍ୱରଙ୍କ ସାମିଲକୁ ସେମାନେ ବିରୋଧ କରି ଆସୁଛନ୍ତି । ଭିନେଶ ଏ ସମ୍ପର୍କରେ ଟୁଇଟ କରି କ୍ରୀଡା ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ କରିଛନ୍ତି । ସୂଚନାଯୋଗ୍ୟ, ମାନସିକ ଓ ଶାରୀରିକ ନିର୍ଯ୍ୟତନା ଅଭିଯୋଗ ବ୍ରିଜଭୂଷଣଙ୍କ ବିରୋଧରେ ଅଧିକାଂଶ ରେସଲର ମୁହଁ ଖୋଲିଥିଲେ । ଏବେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଯାଇ ଘଟଣାର ଯାଂଚ କରାଯାଉଛି ।

Related Articles

Back to top button