ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭିନେଶ ଫୋଗଟଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ

୧୧ ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୩୩କୁ ବୃଦ୍ଧି

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିରେ ଭାରତକୁ ମିଳିଛି ଆଉ ଗୋଟିଏ ସ୍ବର୍ଣ୍ଣ। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ବର୍ଣ୍ଣ। ମିଳିଛି ଏବଂ ୧୧ ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି।
୫୩ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଭିନେଶ ଫୋଗଟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ନୋରାଡିକ ସିଷ୍ଟମର ୫୩ କେଜି ବର୍ଗରେ ଭାଗ ନେଇଥିଲେ। ୩ଟିରୁ ୩ଟି ମ୍ୟାଚ୍‌ ଜିତି ଭିନେଶ ଦେଶ ପାଇଁ ୧୧ତମ ଓ ରେସଲିଂରେ ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଶେଷ ମ୍ୟାଚ୍‌ରେ ତାଙ୍କର ମୁକାବିଲା ଶ୍ରୀଲଙ୍କାର ସି.କେଶାନିଙ୍କ ସହ ହୋଇଥିଲା। ସେ ଏହି ଏକତରଫା ମୁକାବିଲାରେ କେଶାନିଙ୍କୁ ୩ ମିନିଟ୍‌ରୁ କମ ସମୟ ମଧ୍ୟରେ ସଂପୂର୍ଣ୍ଣ ଚିତ କରି ପଦକ ହାସଲ କରିଛନ୍ତି। ଚିତ କରିବାର ଅର୍ଥ ପ୍ରତିପକ୍ଷଙ୍କ ଦୁଇ କାନ୍ଧ ମ୍ୟାଟରେ ଲାଗିବା। ଭିନେଶ ସୁନ୍ଦର ଲକ୍‌ ଦ୍ୱାରା କେଶାନିଙ୍କୁ ଚିତ କରି ପଦକ ଜିତିଛନ୍ତି।

Related Articles

Back to top button