ବିରାଟ କୋହଲି କରୋନାରେ ସଂକ୍ରମିତ

ବିରାଟ କୋହଲି ମାଲଦ୍ୱୀପରେ ଛୁଟି କାଟି ଫେରିବା ପରେ କରୋନାରେ ସଂକ୍ରମିତ ହୋଇଥିଲେ

ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌। ସିରିଜ୍‌ରେ ଶେଷ ମ୍ୟାଚ ଆସନ୍ତା ୧ ତାରିଖରେ ଖେଳାଯିବ। ଗତ ବର୍ଷ ଏହି ସିରିଜ୍‌ର ୪ଟି ମ୍ୟାଚ୍‌ ଖେଳାଯାଉଥିବା ବେଳେ ଶେଷ ମ୍ୟାଚ୍‌ କରୋନା ସଂକ୍ରମଣ ପାଇଁ ବନ୍ଦ କରାଯାଇଥିଲା। ଏବେ ଜୁଲାଇ ୧ରୁ ଶେଷ ଟେଷ୍ଟ ମ୍ୟାଚ ଖେଳାଯିବ। ଭାରତ ୨-୧ରେ ସିରିଜ ଆଗୁଆ ରହିଛି। କିନ୍ତୁ ଏସବୁ ଭିତରେ ଆସିଛି ଆଉ ଏକ ବଡ଼ ଖବର। ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପରେ ବିରାଟ କୋହଲି କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳୁଛି ।

ତେବେ ମିଡିଆ ରିପୋର୍ଟ  ଅନୁଯାୟୀ, ପରିବାର ସହ ବିରାଟ କୋହଲି ମାଲଦ୍ୱୀପ ଛୁଟି କାଟିବା ପାଇଁ ଯାଇଥିଲେ । ସେଠାରୁ ଫେରିବା ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କୁ ସମୟ ସମୟରେ ମେଡିକାଲକୁ ଯାଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ସେ ଠିକ୍‌ ଅଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ମଧ୍ୟ ଖେଳିପାରିବେ ବୋଲି ସୂଚନା ମିଳିଛି । ତେବେ ଟିମ୍‌ ମ୍ୟାନେଜମେଣ୍ଟ କରୋନା ସଂକ୍ରମଣ ନେଇ  ବିଶେଷ ଧ୍ୟାନ୍‌ ଦେଉଛି । ଯେପରି ଅଧିକ ଖେଳାଳି ଏହି ଭାଇରସରେ ସଂକ୍ରମିତ ନହେବେ, ସେଥିପ୍ରତି ଧ୍ୟାନ୍‌ ଦେଉଛି ।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇଥିଲା । ସିରିଜ୍‌ରେ ୪ଟି ମ୍ୟାଚ୍‌ ଖେଳାଯାଉଥି୍ବା ବେଳେ କିଛି ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲା । ଏହାପରେ ତୁରନ୍ତ ସିରିଜକୁ ଅଧାର ରଖିବାକୁ ନିଷ୍ପତ୍ତି ନେଇଥିଲେ ବୋର୍ଡ । ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ।

Related Articles

Back to top button