ଟିମକୁ ଫେରିବେ ବିରାଟ କୋହଲି: କମବ୍ୟାକ ନେଇ ବିସିସିଆଇ ସୂଚନା

ନୂଆଦିଲ୍ଲୀ: ଖରାପ ଫର୍ମକୁ ନେଇ ଏବେ ଖୁବ ବିବାଦ ଭିତରେ ରହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଦଳରେ ତାଙ୍କ ପ୍ରଦର୍ଶନ ଏବଂ ସ୍ଥାନକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏମିତିକି ଅନେକ କ୍ରିକେଟପ୍ରେମୀ ଏହି ଷ୍ଟାର ଖେଳାଳିଙ୍କ ଅବସର ପାଇଁ ମଧ୍ୟ ଦାବି କଲେଣି । ତେବେ ତାଙ୍କ ବ୍ୟାଟରୁ ପ୍ରଶଂସକ ପୁଣି ଥରେ ବଡ ପାଳି ଆଶାରେ ରହିଥିବା ବେଳେ ଦଳରେ ତାଙ୍କ କମବ୍ୟାକକୁ ନେଇ ଏବେ ଏକ ବଡ ଅପଡେଟ ସାମନାକୁ ଆସିଛି । ଖୁବଶୀଘ୍ର ସେ ଦଳକୁ ଫେରି ପାରନ୍ତି ବୋଲି ବିସିସିଆଇକୁ ସେ ସୂଚନା ଦେଇଛନ୍ତି ।

ଇଂଲଣ୍ଡ ବିପକ୍ଷ ସିରିଜ ପରେ ବର୍ତ୍ତମାନ ବିଶ୍ରାମରେ ଅଛନ୍ତି ବିରାଟ କୋହଲି । ତେବେ ବାରମ୍ବାର ରନ କରିବା ପାଇଁ ସେ ସଂଘର୍ଷ କରୁଥିବାର ନଜର ଆସିଛନ୍ତି । ଇଂଲଣ୍ଡ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲା । ତେଣୁ ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ କମବ୍ୟାକ କରିବେ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଏଥିରୁ ମଧ୍ୟ ସେ ବିରତ ରହିଛନ୍ତି । ତେବେ ସେ ଆସନ୍ତା ଏସିଆ କପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କୁହାଯାଉଛି । ଭାରତୀୟ ଦଳର ଚୟନକର୍ତ୍ତାଙ୍କ ସହ ବିରାଟ ଏ ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ଏସିଆ କପ ପରେ ପ୍ରାୟ ସମସ୍ତ ସିରିଜରେ ସେ ଉପଲବ୍ଧ ରହିବେ ।

ବିରାଟ କୋହଲିଙ୍କ ଖରାପ ଫର୍ମ ଏବେ ଭାରତ ପାଇଁ ସବୁଠୁ ବଡ ଅସୁବିଧା ପାଲଟିଛି । ଟିମର ସିଲେକ୍ଟର ମଧ୍ୟ ଅଗଷ୍ଟରେ ବିରାଟଙ୍କୁ ଜିମ୍ବାୱେ ବିପକ୍ଷରେ ଖେଳାଇବାକୁ ଚାହିିଁଥିଲେ । କିନ୍ତୁ କୋହଲି ନିଜ ପାଇଁ ବିଶ୍ରାମ ମାଗିଛନ୍ତି । ବିରାଟ ଗତ ୨୦୧୫ରେ ଶେଷ ଥର ଜିମ୍ବାୱେ ବିପକ୍ଷରେ ଖେଳିଥିଲେ । ସେହିପରି ୨୦୧୩ ପରେ ବିରାଟ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ ଖେଳି ନାହାନ୍ତି ।

Related Articles

Back to top button