
ଜିମ୍ବାଓ୍ବେ ଟୁର୍ରେ ଲକ୍ଷ୍ମଣ ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ଆସନ୍ତା ଜିମ୍ବାଓ୍ବେ ଟୁର୍ ପାଇଁ ନ୍ୟାଶନାଲ କ୍ରିକେଟ୍ ଏକାଡେମୀ (ଏନ୍ସିଏ) ମୁଖ୍ୟ ଭି.ଭି.ଏସ୍. ଲକ୍ଷ୍ମଣ ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ସୂଚନା ଦେଇଛନ୍ତି। ନିୟମିତ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ କିନ୍ତୁ ଛୁଟିରେ ନାହାନ୍ତି। ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ଅଗଷ୍ଟ ୨୨ରେ ଶେଷ ହେଉଥିବା ବେଳେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଗଷ୍ଟ ୨୭ରୁ ଏସିଆ କପ୍ ଖେଳାଯିବ। ଏହି ଦୁଇଟି ମଧ୍ୟରେ ସମୟ ବ୍ୟବଧାନ ଖୁବ୍ କମ୍ ରହିଛି। ଫଳତଃ ଡ୍ରାଭିଡ ଭାରତୀୟ ଟି୨୦ ଦଳ ସହ ସିଧାସଳଖ ୟୁଏଇରେ ପହଞ୍ଚିବେ। ଜିମ୍ବାଓ୍ବେ ବିପକ୍ଷ ୩ ଦିନିକିଆ ହରାରେଠାରେ ଅଗଷ୍ଟ ୧୮, ୨୦ ଓ ୨୨ରେ ଖେଳାଯିବ।