ଗୋଗରା ହଟ୍-ସ୍ପ୍ରିଂରୁ ପଛକୁ ହଟିବାକୁ ଚୀନ୍‌ ରାଜି ହେଲା, ଭାରତୀୟ ସେନା ମଧ୍ୟ ପଛକୁ ହଟିବ

ନୂଆଦିଲ୍ଲୀ: ଭାରତ ଓ ଚୀନ୍‌ ମଧ୍ୟରେ ଗତ ଦୁଇ ବର୍ଷ ହେଲା ସୀମାକୁ ନେଇ ଉତ୍ତେଜନା ଲାଗି ରହିଛି। ପୂର୍ବ ଲଦ୍ଦାଖରେ ପରିସ୍ଥିତି ଆହୁରି ଉଦବେଗଜନକ ଥିଲା। ତେବେ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଭାରତ ଓ ଚୀନ୍‌ ସେନା ପୂର୍ବ ଲଦ୍ଦାଖର ଗୋଗରା-ହଟ୍ ସ୍ପ୍ରିଂସ୍ ରୁ ପଛକୁ ହଟିବା ଆରମ୍ଭ କରିଦେଇଛନ୍ତି। ଏ ନେଇ ଏକ ମିଳିତ ବୟାନ ମଧ୍ୟ ଜାରି ହୋଇଛି। ଯେଉଁଥିରେ ୮ ସେପ୍ଟେମ୍ବରରେ ଅନୁଷ୍ଠିତ ୧୬ତମ ରାଉଣ୍ଡ ଆଲୋଚନାରେ ଉଭୟ ପକ୍ଷ ସେନା ଗୋଗରା-ହଟ୍ ସ୍ପ୍ରିଂରୁ ପଛକୁ ହଟିବେ।

 

ଆଗାମୀ ସପ୍ତାହରେ ସାଂଘାଇ କୋ-ଅପରେସନ ଅର୍ଗା ନାଇଜେସନ (ଏସସିଓ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ତା ପୂର୍ବରୁ ସୀମାରେ ଶାନ୍ତି ଲାଗି ଉଭୟ ପକ୍ଷଙ୍କ ଏହି ନିଷ୍ପତ୍ତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏସସିଓ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯିବାକୁ ଥିବା ବେଳେ ଚୀନ୍‌ ରାଷ୍ଟ୍ରପତି ମଧ୍ୟ ଉପସ୍ଥିତ ରହିବେ। କେବଳ ଏତିକି ନୁହେଁ ଏଠାରେ ଭାରତ ଓ ଚୀନ୍‌ ଦ୍ୱିପାକ୍ଷୀୟ ବୈଠକ ମଧ୍ୟ ହେବାନେଇ ଅନୁମାନ କରାଯାଉଛି।

ଏଣୁ ହୁଏତ ବୈଠକ ପୂର୍ବରୁ ଉଭୟ ଦେଶଙ୍କ ସମ୍ପର୍କ ଠିକ୍ ଓ ଅଧିକ ଉତ୍ତେଜନା ନ ରହୁ ସେଥିଲାଗି ଉଭୟ ସେନା ହୁଏତ ପଛକୁ ହଟିବା ଲାଗି ସହମତ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି। ତେବେ କେବଳ ପୂର୍ବ ଲଦ୍ଦାଖ ନୁହେଁ ଭାରତ ଓ ଚୀନ୍‌ର ଅନ୍ୟ ସୀମା ମଧ୍ୟରେ ଏହି ପ୍ରକ୍ରିୟା ଦେଖା ଯାଇଛି। ତେବେ ଚୀନ୍‌ ସୀମାରେ ସଡ଼କ ଓ ଅନ୍ୟ ନିର୍ମାଣ କରି ବୁଝାମଣାର ଉଲ୍ଲଂଘନ କରିଛି।

Related Articles

Back to top button