ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ ଫାଇନାଲ୍ ଓଭାଲ ମଇଦାନରେ, ୨୦୨୫ ଫାଇନାଲ୍ ଲର୍ଡ୍ସ ମଇଦାନରେ ଖେଳାଯିବ

ନୂଆଦିଲ୍ଲୀ:  କେଉଁଠି ଖେଳାଯିବ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ମ୍ୟାଚ୍‌ ଏନେଇ ବୁଧବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ମୁକାବିଲା ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ୨୦୨୫ ସଂସ୍କରଣର ଫାଇନାଲ୍ ମ୍ୟାଚ୍‌ ଐତିହାସିକ ଲର୍ଡ୍ସ ମଇଦାନରେ ଖେଳାଯିବ।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟୋଫ ଏଲାର୍ଡିସ୍ କହିଛନ୍ତି, ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ର ଆୟୋଜନ ଦ ଓଭାଲରେ କରାଯିବା ନେଇ ଆମେ ଖୁସି ଅଛୁ। ଏହି ଗ୍ରାଉଣ୍ଡ ଏମିତି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପାଇଁ ସର୍ବୋତ୍ତମ। ପୁଣି ୨୦୨୫ ଫାଇନାଲ୍‌ରେ ଲର୍ଡ୍ସରେ ଖେଳାଯିବ। ଟାଇଟଲ୍ ମୁକାବିଲା ପାଇଁ ଲର୍ଡ୍ସ ପରି ଐତିହାସିକ ମଇଦାନ ଆଉ ହୋଇନପାରେ।

ସାଉଥମ୍ପଟନରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଗତ ବର୍ଷ ଖେଳାଯାଇଥିବା ଫାଇନାଲ୍  ମୁକାବିଲା ରୋମାଞ୍ଚକର ଥିଲା। ସମଗ୍ର ଦୁନିଆର ପ୍ରଶଂସକ ଓଭାଲରେ ଆଗାମୀ ଡବ୍ଲ୍ୟୁଟିସି ଫାଇନାଲ୍‌କୁ ପ୍ରତୀକ୍ଷା କରିଛନ୍ତି। ଆଇସିସି ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡକୁ ଧନ୍ୟବାଦ ଦେଇଛନ୍ତି। ତେବେ ୨୦୨୩ ଏବଂ ୨୦୨୫ ଦୁଇ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ୍‌ ମୁକାବିଲାର ତାରିଖ ଆଗାମୀ ସମୟରେ କରାଯିବ।

Related Articles

Back to top button