ଆସାମରେ ଭୟଙ୍କର ବନ୍ୟା ସ୍ଥିତି

ଗୁଜରାଟ ଓ ରାଜସ୍ଥାନରେ ବାତ୍ୟା ବିପର୍ଯ୍ୟୟ ତାଣ୍ଡବ ରଚିବା ପରେ ଏବେ ଅନ୍ୟ ଏକ ବନ୍ୟା ଆସାମର ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଇଛି । ଆସାମରେ ପ୍ରବଳ ବର୍ଷା କାରଣରୁ ୧୦ଟି ଜିଲ୍ଲାର ୩୧ ହଜାରରୁ ଅଧିକ ଲୋକ ଏବେ ପାଣି ଘେରରେ ରହିଛନ୍ତି । ମଙ୍ଗଳବାର ଦିନ ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଭାରତୀୟ ପାଣିପାଗ ବିଭାଗ ତରଫରୁ ରାଜ୍ୟର କିଛି ଜିଲ୍ଲାକୁ ୫ ଦିନ ପାଇଁ ରେଡ ଆଲର୍ଟ ଜାରି କରିଛି । ବନ୍ୟାରେ ଏବେ ୧୫ ଟି ଜିଲ୍ଲାର ପାଖପାଖି ୮୦ ହଜାର ଲୋକ ପ୍ରଭାବିତ ହୋଇଥିବା କୁହାଯାଉଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଚିରାଙ୍ଗ, ଧେମାଜୀ, ଧୁବରୀ, ଡିବ୍ରୁଗଡ, ସମେତ ଅନେକ ଜିଲ୍ଲା ପାଣି ଘେରରେ ରହିଛି । କେବଳ ଲକ୍ଷ୍ମୀପୁର ଜିଲ୍ଲାର ୨୨ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

ସେପଟେ ପ୍ରଶାସନ ତରଫରୁ ରାଜ୍ୟର ୭ଟି ଜିଲ୍ଲାରେ ୨୫ଟି ଆଶ୍ରୟସ୍ଥଳ ଖୋଲାଯାଇଛି । ହେଲେ ଏପର୍ଯ୍ୟନ୍ତ କୌଣସି ଆଶ୍ରୟ ସ୍ଥଳରେ ଲୋକମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇନଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।

ଆସାମ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ତରଫରୁ କୁହାଯାଇଛି କି, ରାଜ୍ୟରେ ୪୪୪ଟି ଗ୍ରାମ ଏବେ ଜଳମଗ୍ନ ରହିଛି । ଏହାସହ କିଛି ଜିଲ୍ଲାରେ ଭୂସ୍ଖଳନ ହୋଇଥିବା ମଧ୍ୟ କୁହାଯାଇଛି । ସେପଟେ ୪,୭୪୧.୨୩ ହେକ୍ଟର ଚାଷ ଜମିରେ ଫସଲ ନଷ୍ଠ ହୋଇଯାଇଛି ।

Related Articles

Back to top button