କିଛିଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା

କିଛିଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି । ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଯାହାଫଳରେ ଗରମ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଗତ ଦୁଇଦିନ ହେବ ରାତିର ତାପମାତ୍ରା ସାମାନ୍ୟ କମିଥିଲା । କିନ୍ତୁ ପୁଣିଥରେ ରାତିର ତାପମାତ୍ରା ଧୀରେ ଧୀରେ ବଢୁଛି ।

ଏଥିସହ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ମେଘ ସମୂହ ତଥା ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି । ଯାହାଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶା ଯଥା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଆସନ୍ତା ୧୬ ତାରିଖ ଯାଏ ରାଜ୍ୟରେ ରାତିର ତାପମାତ୍ରା ସାମାନ୍ୟ କମିପାରେ କିନ୍ତୁ ୧୬ ତାରିଖ ପରେ ରାତିର ତାପମାତ୍ରା ବଢିବ ।

Related Articles

Back to top button