ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଭିଜିଲାନ୍ସର ଚଢ଼ାଉ। ବର୍ତ୍ତମାନ ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ। ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘର ସମେତ ୮ଟି ସ୍ଥାନରେ ଚାଲିଛି ଚଢାଉ। ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି। ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁରରେ ଥିବା ଘରେ ରେଡ୍ ଚାଲିଛି। ତେବେ ସେଠାରେ ଚଢ଼ାଉ ବେଳେ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି।

ସୂଚନା ଅନୁସାରେ , ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ। ଭିଜିଲାନ୍ସ ପକ୍ଷରୁ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଚାଲିଛି ଚଢାଉ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ। ଏଥିପାଇଁ ଯୋଗାଣ ଅଧିକାରୀଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘରେ ରେଡ୍ ଚାଲିଛି। ସେହିପରି ବ୍ରହ୍ମପୁରର ନୀଳାଞ୍ଚଳ ହାଇଟ୍ସ ଆପାର୍ଟମେଣ୍ଟରେ ବି ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଇଛି। ଏହି ଚଢାଉରେ ୮ ଜଣ ଡିଏସ୍‌ପି , ୫ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି।

Related Articles

Back to top button