ଆଇଏନଏସ ବିକ୍ରାନ୍ତରେ ମୁତୟନ ହେବ ‘ରୋମିଓ’ ହେଲିକପ୍ଟର, ଆମେରିକାରୁ ପହଞ୍ଚିଲା କୋଚ୍ଚି

କୋଚ୍ଚି : ଆମେରିକା ଭାରତକୁ ୩ଟି ଏମଏଚ୍ -୬୦ ଆର ଅର୍ଥାତ ରୋମିଓ ହେଲିକପ୍ଟର ଡେଲିଭରୀ ଦେଇଛି। ଏଥିରୁ ୨ଟି ଗୁରୁବାର କୋଚ୍ଚିରେ ପହଞ୍ଚିଛନ୍ତି। ବୋକି ଗୋଟିକ ଅଗଷ୍ଟମାସରେ ଭାରତ ପହଞ୍ଚିବ। ତେବେ ଏବି ବୁଝାମଣାର ସମସ୍ତ ୨୪ଟି ଜାକ ହେଲିକପ୍ଟର ଭାରତୀୟ ନୌସେନାକୁ ୨୦୨୫ ସୁଦ୍ଧା ମିଳିଯିବ ବୋଲି କୁହାଯାଇଛି। ଭାରତକୁ ଆମେରିକାର ଏହା ଦ୍ୱିତୀୟ ଡେଲିଭରୀ। ପ୍ରଥମ ଡେଲିଭରୀରେ ମିଳିଥିବା ୩ଟି ରୋମିଓ ହେଲିକପ୍ଟର ଆମେରିକାରେ ରହିଛି। ସେଗୁଡିକୁ ଭାରତୀୟ ନୌସେନାର ପାଇଲଟ ଓ ଅନ୍ୟ ଚାଳକ ଦଳ ସଦସ୍ୟଙ୍କ ପ୍ରଶିକ୍ଷଣରେ ଉପଯୋଗ କରାଯାଉଛି। ଆମେରିକୀୟ ନୌସେନା ଏହି ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ଭାରତ ଆସିଥିବା ପ୍ରଥମ ୨ଟି ରୋମିଓ ହେଲିକପ୍ଟର ବିମାନବାହକ ପୋତ ଆଇଏନଏସ ବିକ୍ରାନ୍ତରେ ମୁତୟନ ହେବେ। ଫେବୃଆରୀ ୨୦୨୦ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବା ବେଳେ ଉଭୟ ଦେଶ ଫରେନ ମଲ୍ଟି ସେଲସ୍ (ଏଫଏମଏସ)ରେ ଏହି ହେଲିକପ୍ଟର ଲାଗି ରାଜିନାମା କରିଥିଲେ। ଏଥିରେ ୨୪ଟି ମଲ୍ଟି ମିସନ ଏମଏଚ-୬୦-ଆର ହେଲିକପ୍ଟର ଲାଗି ରାଜିନାମା ହୋଇଥିଲା। ଆମେରିକା ସହ ଭାରତ ୨.୬ ବିଲିୟନ ଡଲାର ଅର୍ଥାତ ୨୧ ହଜାର କୋଟି ଟଙ୍କାରେ ଏହି କାରବାର ଲାଗି ବୁଝାମଣା କରିଛି।

ଆମେରିକୀୟ କମ୍ପାନୀ ଲକହିଡ ମାର୍ଟିନ ଦ୍ୱାର ନିର୍ମିତ ଏହି ମଲ୍ଟି ମିସନ ଏମଏଚ୍ ୬୦-ଆର ହେଲିକପ୍ଟର ଗୁଡିକୁ ଆଣ୍ଟି ସବମେରିନ୍, ଆଣ୍ଟି ସର୍ଫେସ୍ (ଜାହାଜ) ୱାରଫେୟର ଲାଗି ବ୍ୟବହାର କରାଯାଏ। ଏହା ଛଡା ରୋମିଓ ହେଲିକପ୍ଟରଗୁଡିକୁ ସମୁଦ୍ରରେ ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଲାଗି ମଧ୍ୟ ବ୍ୟବହାର କରାଯାଏ। ଭାରତୀୟ ନୌସେନାକୁ ଏହି ଆଣ୍ଟି ସବମେରିନ ହେଲିକପ୍ଟରର ଜରୁରୀ ଆବଶ୍ୟକତା ଥିଲା। ଏହାମାନେ ନୁହେଁ ଯେ ଭାରତ ନିକଟରେ ଏପରି ହେଲିକପ୍ଟର ନଥିଲା। ରୋମିଓ ପୂର୍ବରୁ ଏଥିଲାଗି ସିକିଙ୍ଗ  ଉପଯୋଗରେ ଆସୁଥିଲା। ତେବେ ସି କିଙ୍ଗ ଗୁଡିକ ପୁରୁଣା ହୋଇଯାଇଥିବାରୁ ରୋମିଓ ଦ୍ୱାରା ଏହାକୁ ପରିବର୍ତ୍ତନ ଲାଗି ପଦକ୍ଷେପ ନିଆଯାଇଛି।

ସିକିଙ୍ଗ ହେଲିକପ୍ଟର ଗୁଡିକ ଆଇଏନଏସ ବିକ୍ରମାଦିତ୍ୟରେ ମୁତୟନ ଅଛନ୍ତି। ଏହା ଛଡା କୋଚ୍ଚିନ ସିପୟାର୍ଡରେ ନିର୍ମାଣାଧୀନ ବିମାନବାହକ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ଲାଗି ନୌସେନା ରୋମିଓ ହେଲିକପ୍ଟରର ପରିକଳ୍ପନା କରାଯାଇଛି। ବିକ୍ରାନ୍ତର ନିର୍ମାଣ ସରିଥିବା ବେଳେ ଖୁବ୍ ଶୀଘ୍ର ଏହା ନୌସେନାରେ ସାମିଲ ହେବ। ରୋମିଓ ହେଲିକପ୍ଟର ଏକ ଅତ୍ୟାଧୁନିକ ହେଲିକପ୍ଟର। ହେଲଫାୟାର ମିଜାଇଲ ସମେତ ଟରପେଡୋ ଓ ରକେଟରେ ସଜ୍ଜିତ ରୋମିଓ ସମୁଦ୍ରରେ କେତେଶହ ମିଟର ତଳେ ବୁଡାଜାହାଜକୁ ଅକ୍ଲେଶରେ ଟାର୍ଗେଟ କରିପାରେ।

Related Articles

Back to top button