ପାଣି ଘେରରେ ପାଟଣାଗଡ଼ ଯାତ୍ରା ପଡ଼ିଆ

ପାଟଣାଗଡ଼: ପାଟଣାଗଡ଼ ପ୍ରସିଦ୍ଧ ଐତିହାସିକ ବଏଲ ଯାତ୍ରାର ଏକ ପ୍ରମୁଖ ପରମ୍ପରା ଝାରବଏଲ ଯାତ୍ରା ଦିନକ ପରେ ଅନୁଷ୍ଠିତ ହେବ । କିନ୍ତୁ ସାମାନ୍ୟ ବର୍ଷାରେ ଯାତ୍ରା ପଡ଼ିଆରେ ଆଣ୍ଠୁଏ ପାଣି ଜମି ରହିବାକୁୁ ଦେଖି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏଥିପ୍ରତି ପ୍ରଶାସନ କିମ୍ବା ଏନଏସି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏହାବ୍ୟତୀତ ବଏଲ ଯାତ୍ରା ସମୟରେ ପଡ଼ିଆ ସମ୍ମୁଖରେ ରହିଥିବା ଦୁର୍ଗା ମଣ୍ଡପ ଓ ଯାତ୍ରା ପଡ଼ିଆରେ ଦେବୀଙ୍କ ଖପର ଚୂପା କାର୍ଯ୍ୟ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ଦୁର୍ଗା ପୁଜା ପାଇଁ ନିଜେ ଏନଏସିର ଉପନଗରପାଳ ସଭାପତି ଥାଇ ମଧ୍ୟ ଅବସ୍ଥା ଏପରି ରହିଛି । କରୋନା ଯୋଗୁ ଗତ ୨ବର୍ଷ ଧରି ବିନା ଭକ୍ତରେ ଯାତ୍ରା ହୋଇଥିବାବେଳେ ଚଳିତ ବର୍ଷ ପୂର୍ବପେକ୍ଷା ବହୁ ସଂଖ୍ୟାରେ ଜନସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଯାତ୍ରା ପଡି଼ଆର ସ୍ୱଚ୍ଛତା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Related Articles

Back to top button