ଉର୍ଫି ଜାଭେଦଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁମ୍ବାଇ ପୁଲିସ କମିଶନରଙ୍କୁ ଚିଠି ଲେଖିଲେ ମହିଳା କମିଶନ

ମୁମ୍ବାଇ: ଉର୍ଫିଙ୍କୁ ସୁରକ୍ଷା ଦେବା ପାଇଁ ମୁମ୍ବାଇ ପୁଲିସ କମିଶନରଙ୍କୁ ଚିଠି ଲେଖିଲେ ମହିଳା କମିଶନ। ଲୋକପ୍ରିୟ ରିୟାଲିଟି ସୋ’ ‘ବିଗ୍‌ ବସ୍ ଓଟିଟି’ରେ ପ୍ରତିଯୋଗୀ ଭାବେ ଆସି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଚିଠି ଲେଖି ମୁମ୍ବାଇ ପୁଲିସ କମିଶନରଙ୍କୁ କହିଛନ୍ତି ମହିଳା କମିସନ।

କିଛି ଦିନ ତଳେ ପୋଷାକ ଉପରେ ‘ଅଶାଳୀନ’ ମନ୍ତବ୍ୟ ଦେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ଉର୍ଫି ଜାଭେଦ। ଉର୍ଫିଙ୍କ ଓକିଲ ନୀତୀନ ସାତପୁଟେ କହିଥିଲେ ଯେ, ଉର୍ଫି ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନଙ୍କ ନିକଟରେ ତାଙ୍କର ଅଭିଯୋଗ ଦାୟର କରିଛନ୍ତି। ସାର୍ବଜନୀନ ପରିସରରେ ଅଭିନେତ୍ରୀଙ୍କୁ  କ୍ଷତି ପହଞ୍ଚାଇବା ପାଇଁ ଧମକ ଦେବା ପାଇଁ ୱାଗଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି।

ପୋଷାକ ଉପରେ ‘ଅଶାଳୀନ’ ମନ୍ତବ୍ୟ ଦେଇଥିବା ୱାଗଙ୍କୁ ନେଇ ଉର୍ଫି କହିଥିଲେ ଯେ, ଚିତ୍ରା ୱାଗ୍ ତାଙ୍କ ରାଜନନୈତିକ ଲାଭ ପାଇଁ ଏହା କରିଛନ୍ତି। ସେଥିପାଇଁ ସେ ମୋ ଉପରେ ଯେକୌଣସି ସମୟରେ ଆକ୍ରମଣ କରାଯାଇପାରନ୍ତି।

ତେବେ ଉର୍ଫି ଜାଭେଦଙ୍କ ଅଭିଯୋଗ ପରେ ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗ ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ମୁମ୍ବାଇ ପୁଲିସ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ଉର୍ଫି ଜାଭେଦଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି କରାଯାଇଛି। କାରଣ ଚିତ୍ରା ୱାଗ୍ ସର୍ବସାଧାରଣ ସ୍ଥାନରେ ଉର୍ଫିଙ୍କୁ ପିଟିବାକୁ ଧମକ ଦେଇଥିଲେ।

Related Articles

Back to top button