ଜେଡିଏସ ବିଧାୟକ ଶିବଲିଙ୍ଗେ ଗୌଡ଼ ନିଜ ପଦରୁ ଇସ୍ତଫା ଦେଲେ: ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଭୋଟ ହେବ । ଏହାପରେ ୧୩ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା ମାସରେ ରାଜ୍ୟରେ ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହା ମଧ୍ୟରେ ଜଣେ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ଏହାପରେ ୧୩ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ । ରାଜ୍ୟରେ ଏଥର ବିଜେପି-କଂଗ୍ରେସ-ଜେଡିଏସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି ।

ସୂଚନା ମୁତାବକ, ଜେଡିଏସ ବିଧାୟକ ଶିବଲିଙ୍ଗେ ଗୌଡ଼ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ଗୌଡ଼ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ବିଧାନସଭା ବାଚସ୍ପତି ବିଶ୍ୱେଶ୍ୱର ହେଗଡ଼େଙ୍କୁ ପ୍ରଦାନ କରିଛନ୍ତି । ଏହି ଇସ୍ତଫା ପତ୍ର ପ୍ରଦାନ ଅବସରରେ ଦଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଶିବଲିଙ୍ଗେ ତାଙ୍କର ୩୦୦ ଜଣ ସମର୍ଥକଙ୍କ ଉପସ୍ଥିତିରେ ଇସ୍ତଫା ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ମାସ ୧୦ ତାରିଖରେ ଓଡ଼ିଶାର ଝାରସୁଗୁଡ଼ା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ ।

Related Articles

Back to top button