ହାଇୱେରୁ ହଟିଯିବ ଟୋଲ ଗେଟ, ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଟୋଲ ସଂଗ୍ରହ କରାଯିବ

ନୂଆଦିଲ୍ଲୀ: ଯେଉଁମାନେ ହାଇୱେ ପ୍ରତିଦିନ ଯିବା ଆସିବା କରନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ଘୋଷଣା କରିଛନ୍ତି। ସରକାର ଖୁବ ଶୀଘ୍ର ଦେଶର ସମସ୍ତ ହାଇୱେରୁ ଟୋଲ ଟ୍ୟାକ୍ସ ନିୟମ ହଟାଇବେ ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡିବ ନାହିଁ ଏବଂ ଟୋଲ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ସରକାର ଏହା ପାଇଁ ଏବେ ନୂଆ ଯୋଜନା ଆଣୁଛନ୍ତି ।

କେନ୍ଦ୍ର ପରିବହନ ମନ୍ତ୍ରୀ ନିଜେ ସଂସଦରେ ଏହା ଘୋଷଣା କରିଛନ୍ତି। ସେ ନିଶ୍ଚିତ କରିଛନ୍ତି ଯେ ଗୋଟିଏ ବର୍ଷ ମଧ୍ୟରେ ଦେଶରେ ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଟୋଲ ସଂଗ୍ରହ କରାଯିବ। ଏହା ସହିତ, ଆପଣ ଫାଷ୍ଟାଗ୍ ସିଷ୍ଟମରୁ ମଧ୍ୟ ଆରାମ ପାଇବେ। ସାରା ଦେଶରେ ଟୋଲ ଟ୍ୟାକ୍ସରେ ସ୍ୱଚ୍ଛତା ଆଣିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ଟେକ୍ନୋଲୋଜି ଯୋଗୁଁ କୌଣସି ଡ୍ରାଇଭରଙ୍କ ଠାରୁ କୌଣସି ଭୁଲ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ବର୍ତ୍ତମାନ ଦେଶର ରାଜପଥରେ ଟୋଲ ପ୍ଲାଜା ଅଛି, ଯାହା ଉପରେ ଫାଷ୍ଟାଗ ସାହାଯ୍ୟରେ କାର୍ଯ୍ୟ କରାଯାଉଛି, ତଥାପି ଫାଷ୍ଟାଗ ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ ଫାଷ୍ଟାଗ ରହିବା ପରେ ମଧ୍ୟ କମ୍ ଦେୟ ଦେଉଥିବା ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଟୋଲ ନିଆଯାଉଛି। ସ୍ଥିତିରେ ସୁଧାର ଆସୁନାହିଁ।

Related Articles

Back to top button