ହଲିଉଡ୍ ଅଭିନେତ୍ରୀ ଲୁଇସ ଫ୍ଲେଚରଙ୍କର ପରଲୋକ

ଭେଟେରାନ ହଲିଉଡ୍ ଅଭିନେତ୍ରୀ ଲୁଇସ ଫ୍ଲେଚରଙ୍କର ପରଲୋକ। ଫ୍ରାନ୍ସର ମଣ୍ଟଡୁରାଉସେରେ ଥିବା ତାଙ୍କ ବାସଭବନରେ ଫ୍ଲେଚରଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଥିବା ତାଙ୍କ ସହଯୋଗୀ ଡେଭିଡ୍ ଶଉଲ ସୂଚନା ଦେଇଛନ୍ତି।

ଖଳନାୟିକା ଚରିତ୍ରରେ ଖୁବ୍ ଲୋକପ୍ରିୟ ଥିବା ଫ୍ଲେଚର ‘ୱାନ ଫ୍ଲିଉ ଓଭର ଦି କୁକୋସ ନେଷ୍ଟ’ ଫିଲ୍ମରେ ନର୍ସ ରାଚେଡ୍ ଭୂମିକାରେ ଖୁବ୍‌ ପ୍ରଶଂସା ସାଉଁଟି ଥିଲେ। ଏହି ଚରିତ୍ର ପାଇଁ ତାଙ୍କୁ ଆକାଡେମୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା। ତାଙ୍କ ମୃତ୍ୟୁ ନେଇ କୌଣସି କାରଣ ଦିଆଯାଇ ନଥିବାରୁ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

ଫ୍ଲେଚର ଜଣେ ଭଲ ଅଭିନେତ୍ରୀ ସହିତ ଜଣେ ଭଲ ବ୍ୟକ୍ତି ମଧ୍ୟ। ସେ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଗଢିବା ପାଇଁ ତାଙ୍କ ଫିଲ୍ମ ଦୁନିଆରୁ କିଛି ବର୍ଷ ପାଇଁ ଦୂରେଇ ଯାଇଥିଲେ। ତେବେ ୧୯୭୫ ମସିହାରେ ନିର୍ଦ୍ଦେଶକ ମିଲସ ଫରମାନଙ୍କ ଫିଲ୍ମରେ ତାଙ୍କୁ ଜ୍ୟାକ ନିକୋଲସଙ୍କ ଅପୋଜିଟ୍‌ରେ ଅଭିନୟ କରିବାକୁ ବଚ୍ଛା ଯିବା ପରେ ଲୋକେ ତାଙ୍କୁ ଧୀରେ ଧୀରେ ଜାଣିବାକୁ ଲାଗିଥିଲେ।

ସେତେବେଳେ ତାଙ୍କ ଅଭିନୟ ଖୁବ୍ ପ୍ରଶଂସିତ ହୋଇଥିଲା। ସେହି ସମୟର ଅନେକ ପ୍ରଖ୍ୟାତ ଅଭିନେତ୍ରୀ ସିନେମାଜଗତକୁ ଆସିସାରିଥିବା ବେଳେ ଫ୍ଲେଚର କିନ୍ତୁ ନିଜର ନିଆରା ଛବି ତିଆରି କରୁଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମତ୍କାର ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ରର ପରିଚୟ ସୃଷ୍ଟି କରିଥିଲେ। ତେବେ ୧୯୬୨ରେ ‘ୱାନ ଫ୍ଲିଉ ଓଭର ଦି କୁକୋସ ନେଷ୍ଟ’ ଫିଲ୍ମରେ ନର୍ସ ରାଚେଡଙ୍କ ଭୂମିକାରେ ତାଙ୍କୁ ଲୋକେ ସବୁଦିନ ପାଇଁ ମନେ ରଖିବେ। ଏହି ଫିଲ୍ମଟି ସେତେବେଳେ ସିନେମା ବର୍ଗରୁ ସବୁ ଆୱାର୍ଡ ହାତେଇଥିଲା।

Related Articles

Back to top button