କ୍ୟାପିଟାଲ ହସ୍ପିଟାଲରେ ବହିର୍ବିଭାଗ ଚିକିତ୍ସା ପାଇଁ ଅନଲାଇନ୍ ପଞ୍ଜିକରଣ ସୁବିଧା ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲ୍‌ରେ ପ୍ରତିଦିନ ହଜାର ହଜାର ଲୋକେ ବହିର୍ବିଭାଗରେ ପଞ୍ଜିକରଣ କରି ଚିକିତ୍ସା କରିଥାନ୍ତି । ତେବେ ଏହି ସେବାକୁ ଅହୁରି ଟିକିଏ ସୁବିଧାଜନକ କରିବା ପାଇଁ ଏବେ ଅନଲାଇନ୍ ପଞ୍ଜିକରଣ ସୁବିଧା ଆରମ୍ଭ ହୋଇଛି । ଲୋକେ ଏବେ ମେଡିକାଲ ଆସିବା ପୁର୍ବରୁ ନିଜର ନାମ ପଞ୍ଜିକରଣ କରି ଆସିବେ । ଯାହା ଦ୍ୱାରା ସେମାନଙ୍କୁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।କ୍ୟପିଟାଲ୍ ହସ୍ପିଟାଲର ବହିର୍ବିଭାଗ (ଅପରାହ୍ନ) ଚିକିତ୍ସା ପାଇଁ ୯ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହେଉଛି।

ପ୍ରତିଦିନ ରାତ୍ରି ୧୨ ଘଟିକାରୁ ଦିନ ୩ଟା ମଧ୍ୟରେ ପଞ୍ଜିକରଣ କରିହେବ । ତେବେ ଏହି ସେବା କେବଳ ଅପରାହ୍ନ ସମୟରେ ବହିର୍ବିଭାଗ ଚିକିତ୍ସା ପାଇଁ ଆରମ୍ଭ ହୋଇଛି । ଅର୍ଥାତ୍ ଦିନ ୩ଟାରୁ ୫ଟା ମଧ୍ୟରେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିଥିବା ଲୋକେ ସେମାନଙ୍କର ଚିକିତ୍ସା କରାଇ ପାରିବେ ।

Related Articles

Back to top button