କର୍ଣ୍ଣାଟକରେ ଜିତିଲା କଂଗ୍ରେସ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କର୍ଣ୍ଣାଟକ ବିଧାନସଭା ମହାଲଢ଼େଇର ଭୋଟ ଗଣତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ରିପୋର୍ଟ ଅନୁଯାୟୀ, ରାଜ୍ୟରେ କଂଗ୍ରେସ ବହୁମତ ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏହି ପରାଜୟକୁ ଗ୍ରହଣ କରିଛନ୍ତି । ତେଣୁ ବିଜେପିର ‘ଅପରେସନ ଲୋଟସ’ ମାୟାଜାଲରୁ ବଞ୍ଚାଇବା ପାଇଁ କଂଗ୍ରେସ ସମସ୍ତ ବିଧାୟକଙ୍କୁ ଏକ ବିମାନ ଯୋଗେ ସୁରକ୍ଷିତ ଭାବେ ହୋଟେଲରେ ରଖିବାକୁ ବ୍ୟବସ୍ଥା କରିଛି ।

ନିର୍ବାଚନ ଆୟୋଗର ଟ୍ରେଣ୍ଡ ଅନୁଯାୟୀ କର୍ଣ୍ଣାଟକରେ ବିଜେପି ୬୭ ରେ ଆଗୁଆ ଥିବାବେଳେ କଂଗ୍ରେସ ୧୨୮ ଟି ଆସନରେ ଜିତାପଟ ମାରିଥିଲା । ଅନେକ ଦିନ ପରେ ବେଙ୍ଗାଲୁରୁ ଏବଂ ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ଉତ୍ସବ ଦେଖିବାକୁ ମିଳିଛି । ବାଣ ରୋଷଣୀରେ କଂଗ୍ରେସ ମୁଖ୍ୟାଳୟ ଚମକି ଉଠୁଛି।

Related Articles

Back to top button