ଔଷଧରେ ପ୍ରସ୍ତୁତ ଆଣ୍ଟିବଡି ମ୍ୟାଲେରିଆ ରୋଗରୁ ରକ୍ଷା କରିବ

ସାରା ବିଶ୍ୱରେ ପ୍ରତିବର୍ଷ ମ୍ୟାଲେରିଆରେ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏହି ଘାତକ ରୋଗର ଏପର୍ଯ୍ୟନ୍ତ କୌଣସି ଚିକିତ୍ସା ନାହିଁ। ଏଥିରେ ଆଫ୍ରିକୀୟ ବୈଜ୍ଞାନିକମାନେ ମ୍ୟାଲେରିଆରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମୋନୋକ୍ଲୋନଲ ଆଣ୍ଟିବଡି ତିଆରିଛନ୍ତି। କୁହାଯାଉଛି ଏହି ଔଷଧର ମାତ୍ର ଗୋଟିଏ ଡୋଜ୍ ୬ ମାସ ପର୍ଯ୍ୟନ୍ତ ଶରୀରରେ ମ୍ୟାଲେରିଆ ବିରୋଧରେ ଆଣ୍ଟିବଡି ତିଆରି କରି ରଖିବ। ଯାହା ଦ୍ୱାରା ଲୋକଙ୍କୁ ଏହି ରୋଗରୁ ରକ୍ଷା କରାଯାଇପାରିବ।

ଦାବି କରାଯାଉଛି ଯେ ଆଣ୍ଟିବଡି ହେବା ଦ୍ୱାରା ଶରୀରରେ ମେଲେରିଆ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ। ଯାହା ବେମାରୀରୁ ଲୋକଙ୍କୁ ରକ୍ଷା କରିବା ସହିତ ଏହାର ଗୁରୁତର ଲକ୍ଷଣରୁ ମଧ୍ୟ ରକ୍ଷା କରିବ। ବାମକୋ ୟୁନିଭର୍ସିଟି ଅଫ ସାଇଂସେଡ୍‌ର ଛାତ୍ରୀ ଡା. କୁସୁମଙ୍କ ଅନୁସାରେ ଏହି ଔଷଧ ଲୋକଙ୍କୁ ମ୍ୟାଲେରିଆରୁ ରକ୍ଷା କରିବ। ଏହାର ପ୍ରୟୋଗ ୩୩୦ ଜଣଙ୍କ ଉପରେ କରାଯାଇଛି। ଏହି ପରୀକ୍ଷଣରେ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ହେଲଥ୍‌ରେ ପ୍ରସ୍ତୁତ ଏକ ଔଷଧ ଲୋକଙ୍କୁ ଦିଆଯାଇଥିଲା।

କିଛି ଲୋକଙ୍କୁ ଔଷଧର ପୃଥକ ପୃଥକ ମାତ୍ରା ଦିଆଯାଇଥିଲା ଓ କିଛି ଲୋକଙ୍କୁ ସାମାନ୍ୟ ଔଷଧ ଦିଆଯାଇଥିଲା। ପରେ ୨୪ ସପ୍ତାହ ପର୍ଯ୍ୟନ୍ତ କିଛି ଦିନ ଅନ୍ତରାଳରେ ସେମାନଙ୍କର ମେଲେରିଆ ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ଡୋଜ ଦିଆଯାଇଥିବା ୩୯ ଜଣ ଲୋକଙ୍କ ଠାରେ ଏହି ବେମାରୀ ହୋଇ ନଥିବା ଦେଖା ଯାଇଛି। ତେବେ ଯେଉଁ ୮୬ ଜଣଙ୍କୁ ସାମାନ୍ୟ ଡୋଜ ଦିଆଯାଇଥିଲା ସେମାନଙ୍କ ଠାରେ ମେଲେରିଆ ହୋଇଥିବା ଦେଖାଯାଇଛି।

ବୈଜ୍ଞାନିକ କହିଛନ୍ତି ଯେ ଶରୀରରେ ଆଣ୍ଟିବଡି ଅଲଗା ଅଲଗା କାମ କରିଥାଏ। ଏହି ଆଣ୍ଟିବଡି ମେଲେରିଆ ମସା ଯୋଗୁ ମଣିଷ ଶରୀରରେ ପହଞ୍ଚୁଥିବା ଭାଇରସକୁ ରୋକିଥାଏ। ସେହିପରି ଆଣ୍ଟିବଡି ସଂକ୍ରମଣକୁ ଲିଭର ପର୍ଯ୍ୟନ୍ତ ପହଞ୍ଚିବାରେ ମଧ୍ୟ ରୋକିଥାଏ। ଫଳରେ ବେମାରୀ ଯୋଗୁ ଗୁରୁତର ଲକ୍ଷଣ ପ୍ରକାଶ ପାଇ ନଥାଏ। ଏହିଔଷଧରୁ ପ୍ରସ୍ତୁତ ଆଣ୍ଟିବଡି ମଣିଷ ଶରୀରରେ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ। ଏଣୁ ଏହାର ଉପଯୋଗ ରୋଗୀଙ୍କ ଉପରେ ସେପରି କରାଯିବାକୁ ବିଚାର କରାଯାଉଛି ଯେଉଁପରି ମେଲେରିଆରେ ଆମେ ରୋଗୀଙ୍କ ଲାଗି ଅନ୍ୟ ଉପାୟ କରିଥାଏ ବୋଲି ବୈଜ୍ଞାନିକ କହିଛନ୍ତି।

Related Articles

Back to top button