ଏଣିକି ଗୁଗୁଲ୍ ସର୍ଚ୍ଚ ତାଲିକାରୁ ସିଧାସଳଖ ବ୍ୟକ୍ତିଗତ ସୂଚନା ହଟାଇପାରିବେ

ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ଗୋପନୀୟତା ଉପରେ ପ୍ରାଧାନ୍ୟ ଦେଇ ଆଉ ଏକ ନୂଆ ଫିଚର୍ସ ଆଣିବାକୁ ଯାଉଛି ଗୁଗୁଲ୍ । ଏଣିକି ସର୍ଚ୍ଚ ରେଜଲ୍ଟ୍‌ସ ହଟାଇବା ପାଇଁ ଗୁଗୁଲ୍ ସିଧାସଳଖ ଏକ ଅପ୍ସନ ଆଣୁଛି । କମ୍ପାନୀର “Results about you” ଫିଚର୍ସ ଚଳିତ ବର୍ଷ ଆରମ୍ଭରେ ଏହାର ବାର୍ଷିକ ବିକାଶକାରୀ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଏହି ଫିଚର୍ସ ବର୍ତ୍ତମାନ କିଛି ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ।

ଏହି ନୂତନ ଉପକରଣ ମାଧ୍ୟମରେ, ଯଦି ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଯେପରିକି, ହୋମ୍ ଆଡ୍ରେସ, ଇମେଲ୍ ଆଡ୍ରେସ୍, ଫୋନ୍ ନମ୍ବର କିମ୍ବା ଗୁଗୁଲ୍ ସର୍ଚ୍ଚରେ ଅନ୍ୟ କୌଣସି ସର୍ଚ୍ଚକୁ ରିମୁଭ୍ କରିବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ରେଜଲ୍ଟସର ଉପର-ଡାହାଣ କୋଣରେ ଦେଖାଯାଉଥିବା ତିନି-ଡଟ୍ ଓଭରଫ୍ଲୋ ମେନୁରେ କ୍ଲିକ୍ କରନ୍ତୁ । ‘About this Result’ ପ୍ୟାନେଲ୍ ଆପଣଙ୍କ ସ୍କ୍ରିନର ତଳ ଭାଗରେ ଦେଖାଯାଉଥିବା ଏକ ନୂତନ “Remove result” ଅପ୍ସନ ସହିତ ଖୋଲିବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସମ୍ପ୍ରତି, ଯେକୌଣସି ବ୍ୟକ୍ତିଗତ ଚିହ୍ନଟ ଯୋଗ୍ୟ ସୂଚନା  ରିମୁଭ୍ କରିବାକୁ, ଆପଣଙ୍କୁ ଏକ ଗୁଗୁଲ୍ ସପୋର୍ଟ ପେଜ୍‌କୁ ଯିବାକୁ ପଡିବ ଏବଂ ସର୍ଚ୍ଚ ରେଜଲ୍ଟ୍‌ସରୁ ରିମୁଭ୍ କରିବାକୁ ଚାହୁଁଥିବା URL ଧାରଣ କରିଥିବା ଏକ ଫର୍ମ ପୂରଣ କରିବାକୁ ପଡିବ । ‘Results about you’ ଟୁଲ୍ ଆସିବ, ଯେଉଁଥିରେ ଆପଣ ରିମୁଭ୍ କରିବାକୁ ଚାହୁଁଥିବା ସର୍ଚ୍ଚ ଫାଇଲ୍‌କୁ ରିମୁଭ୍ କରିପାରିବେ ।

ଏକ “All requests” ଫିଡ୍ ସହିତ, ଆପଣଙ୍କର “In progress” ଏବଂ “Approved” ପରି ଫିଲ୍ଟର୍ ରହିଛି । ଏହି ପେଜ୍ ମଧ୍ୟ ବ୍ୟବହାରକାରୀଙ୍କୁ “ଆପଣ ଏହି ରେଜଲ୍ଟକୁ କାହିଁକି ରିମୁଭ୍ କରିବାକୁ ଚାହୁଁଛନ୍ତି ?” ସେ ବାବଦରେ ରିକ୍ୟୁଏଷ୍ଟ ପଠାଇବାକୁ ଅପ୍ସନ ଦେବ । ଗୁଗୁଲ ଏହା ପୂର୍ବରୁ କହିଥିଲା ​​ଯେ, ଯେପରି କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ଡିଲିଟ୍ ହୋଇନଯାଏ ସେ ଉପରେ ଧ୍ୟାନ ଦେଇ ଯେକୌଣସି ରିମୁଭ୍ ରିକ୍ୟୁଏଷ୍ଟ କଣ୍ଟେଣ୍ଟ ଉପରେ ଭଲ ଭାବେ ତର୍ଜମା କରିବୁ ।

ଗୁଗୁଲ୍ ସନ୍ଧାନରୁ ଯୋଗାଯୋଗ ସୂଚନା ଅପସାରଣ କରିବା ଏହାକୁ ୱେବରୁ ଅପସାରଣ କରେ ନାହିଁ, “ଯେଉଁଥିପାଇଁ ଆପଣ ହୋଷ୍ଟିଂ ସାଇଟ୍ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ଇଚ୍ଛା କରିପାରନ୍ତି, ଯଦି ଆପଣ ଏହା କରିବାକୁ ଆରାମଦାୟକ”। ଏହି ବର୍ଷ ଆରମ୍ଭରେ, ଗୁଗୁଲ୍ ବ୍ୟକ୍ତିଗତ ଭାବେ ଚିହ୍ନଟ କରୁଥିବା ତଥ୍ୟକୁ ହଟାଇବା ପାଇଁ ଏହାର ନୀତିଗୁଡିକୁ ଅପଡେଟ୍ କରିଥିଲା ​​। ତେବେ ଗୁଗୁଲ୍ ସର୍ଚ୍ଚରୁ ଏସମସ୍ତ ସୂଚନାକୁ ଗୁଗୁଲ୍ ୱେବ୍‌ରୁ ରିମୁଭ୍ କରେ ନାହିଁ, ଯଦି ଆପଣ ୱେବରୁ ରିମୁଭ୍ କରିବାକୁ ଚାହୁଁଥିବେ, ତେବେ ସିଧାସଳଖ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗାଯୋଗ କରିପାରିବେ ।

Related Articles

Back to top button