ଧଉଳି ସ୍ତୁପର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ନୂଆ ରୂପ ପାଇବ ଧଉଳି ସ୍ତୁପ। ଧଉଳିର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଖୁବ ଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ ଶେଷ ହେବା ପରେ କାର୍ଯ୍ୟ ଆରମ୍ଭ ହେବ । ଏନେଇ ଗୃହରେ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ  ଅଶ୍ୱନି ପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଧଉଳି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । ବିଧାନସଭାର ପ୍ରଶ୍ନକାଳରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ସୂଚନା । ଧଉଳି, ବିନ୍ଦୁ ସାଗର ଓ କେଦାର ଗୌରୀ ର ବିକାଶ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି କଥା କହିଛନ୍ତି ।

Related Articles

Back to top button