ଉତକ୍ଷେପଣ ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ, ମିଶନର ନାଁ ପ୍ରାରମ୍ଭ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରାଇଭେଟ ରକେଟ୍ ସିଷ୍ଟମ ବିକ୍ରମ-ଏସ ନଭେମ୍ୱର ୧୨ରୁ ୧୬ ମଧ୍ୟରେ ଲଞ୍ଚ କରାଯିବ । ହାଇଦ୍ରାବାଦ ସ୍ଥିତ ମହାକାଶ ଷ୍ଟାର୍ଟଅପ ସ୍କାଇରୁଟ୍ ଏରୋସ୍ପେସ ମଙ୍ଗଳବାର ଏହି ଘୋଷଣା କରିଛି । ସ୍କାଇରୁଟ୍ ଏୟରୋସ୍ପେସର ଏହା ପ୍ରଥମ ମିଶନ । ଏହି ମିଶନର ନାଁ ପ୍ରାରମ୍ଭ ରଖାଯାଇଛି । ଏହାକୁ ଶ୍ରୀହରିକୋଟାରେ ଇସ୍ରୋର ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ । ସ୍କାଇରୁଟ୍ ଏୟରୋସ୍ପେସର ସିଇଓ ଏବଂ ପ୍ରତିଷ୍ଠାତା ପୱନ କୁମାର ଚନ୍ଦନା କହିଛନ୍ତି, ଅଧିକାରୀମାନେ ନଭେମ୍ୱର ୧୨ରୁ ୧୬ ମଧ୍ୟରେ ଲଞ୍ଚ ୱିଣ୍ଡୋର ନୋଟିଫାଏ କରିଛନ୍ତି । ପାଣିପାଗ ସ୍ଥିତି ଆଧାରରେ ଚୂଡାନ୍ତ ତାରିଖ ଧାର୍ଯ୍ୟ କରାଯିବ ।

ଏହି ମିଶନ ସହ ମହାକାଶକୁ ରକେଟ୍ ଉତକ୍ଷେପଣ କରିବା ମାମଲାରେ ସ୍କାଇରୁଟ୍ ଏୟରୋସ୍ପେସ୍ ଭାରତର ପ୍ରଥମ ଘରୋଇ କମ୍ପାନି ହେବ । ଏହାକୁ ନୂଆ ଯୁଗର ଆରମ୍ଭ ବୋଲି ମଧ୍ୟ କୁହାଯାଉଛି ଏବଂ ଏହାକୁ ୨୦୨୦ ମସିହାରେ ଘରୋଇ ଉଦ୍ୟୋଗ ପାଇଁ ଖୋଲାଯାଇଥିଲା । ସ୍କାଇରୁଟ୍ ଏୟରୋସ୍ପେସ ସିଇଓ ନାଗା ଭାରତ କହିଛନ୍ତି, ବ୍ରିକମ-ଏସ ରକେଟ୍ ଏକ ସିଙ୍ଗଲ ଷ୍ଟେଜ ସବ-ଅର୍ବିଟଲ ଲଞ୍ଚ ଭେଇକଲ । ଏହା ତିନି ଜଣଙ୍କ ନେଇ ମହାକାଶକୁ ଯାଇପାରିବ ।

ଚନ୍ଦନା କହିଛନ୍ତି, ଇସ୍ରୋ ଏବଂ IN-SPACe ସମର୍ଥନ ଯୋଗୁଁ ସ୍କାଇରୁଟ୍ ଏତେ କମ ସମୟରେ ବିକ୍ରମ-ଏମ ରକେଟ ମିଶନ ପ୍ରସ୍ତୁତ କରିପାରିଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ପ୍ରତିଷ୍ଠାତା ଏବଂ ପ୍ରତିଷ୍ଠା ବୈଜ୍ଞାନିକ ବିକ୍ରମ ସାରାଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ସ୍କାଇଟୁରର ଲଞ୍ଚ ବାହାନର ନାଁ ବିକ୍ରମ ରଖାଯାଇଛି । ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ ମହାକାଶରେ କମର୍ଶିଆଲ ସାଟେଲାଇଟକୁ ଲଞ୍ଚ କରିବା ପାଇଁ ଅତ୍ୟାଧୁନିକ ମହାକାଶ ଲଞ୍ଚ ହ୍ୱିକଲ ନିର୍ମାଣ କରୁଛି।

Related Articles

Back to top button