
ଅଚଳ ସାଟେଲାଇଟ୍ ‘ମେଘା ଟ୍ରଫିକ୍ୟୁଜ୍-୧’କୁ ସଫଳତାର ସହ କକ୍ଷପଥରୁ ବିଚ୍ୟୁତ କରି ପ୍ରଶାନ୍ତ ମହାସାଗରରେ ଖସାଇଲା ‘ଇସ୍ରୋ’
ନୂଆଦିଲ୍ଲୀ: ଅଚଳ ହୋଇଯାଇଥିବା ଗୋଟାଏ ‘ସାଟେଲାଇଟ୍’କୁ ମଙ୍ଗଳବାର ଦିନ ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ’ (ଇସ୍ରୋ) କକ୍ଷପଥରୁ ବିଚ୍ୟୁତ କରିବାରେ ସଫଳ ହୋଇଛି।
ସଂଗୃହୀତ ସୂଚନା ଅନୁସାରେ, ଅଚଳ ହୋଇଯାଇଥିବା ‘ମେଘା ଟ୍ରଫିକ୍ୟୁଜ୍-୧’ ନାମକ ଉକ୍ତ କୃତ୍ରିମ ଉପଗ୍ରହକୁ (ସାଟେଲାଇଟ୍) ତା’ର କକ୍ଷପଥରୁ ବିଚ୍ୟୁତ କରାଯାଇ ଖଣ୍ଡବିଖଣ୍ଡ କରାଯିବା ପରେ ପ୍ରଶାନ୍ତ ମହାସାଗର ଉପର ଆକାଶରେ ପୋଡ଼ିଦିଆଯାଇଛି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ‘ଇସ୍ରୋ’ ଲେଖିଛି, ୨୦୨୩ ମାର୍ଚ ୭ ତାରିଖ ଦିନ ‘ମେଘା-ଟ୍ରପିକ୍ୟୁଜ୍-୧’କୁ (ଏମ୍ଟି-୧) କକ୍ଷପଥରୁ ନିୟନ୍ତ୍ରଣ ସହକାରେ ଅପସାରଣ କରି ବାୟୁମଣ୍ଡଳ ମଧ୍ୟକୁ ପୁନଃପ୍ରବେଶ କରାଇବା ପରୀକ୍ଷା ସଫଳ ହୋଇଛି।