ବ୍ରିଟେନରେ ପ୍ରଥମ ଥର ଲ୍ୟାବରେ ବିକଶିତ ରକ୍ତ ଲୋକଙ୍କୁ ଦିଆଗଲା

ଦୁନିଆରେ ପ୍ରଥମ ଥର ଲ୍ୟାବରେ ବିକଶିତ ରକ୍ତ ଲୋକଙ୍କୁ ଦିଆଯାଇଛି । ବ୍ରିଟେନରେ ହୋଇଥିବା ଏକ କ୍ଲିନିକାଲ ପରୀକ୍ଷଣରେ ଲ୍ୟାବରେ ବିକଶିତ କରାଯାଇଥିବା ଏକ ରକ୍ତକୁ ଲୋକଙ୍କୁ ଦିଆଯାଇଛି । ବ୍ରିଟେନର ଅଧ୍ୟୟନକାରୀ ଏହି ସୂଚନା ଦେଇଛନ୍ତି । ବିବିସି ରିପୋର୍ଟ ଅନୁସାରେ ଅଧିକ ଥର ରକ୍ତ ଦିଆଯିବା ସେହି ଲୋକଙ୍କ ଉପରେ ନିର୍ଭର ହୋଇଥାଏ, ଯେଉଁ ରକ୍ତଦାନ ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଏହି ରିସର୍ଚ୍ଚର ଶେଷ ଲକ୍ଷ୍ୟ ପ୍ରୟୋଗରେ ସାମିଲ ହୋଇ ପାରୁଥିବା ବିରଳ ବ୍ଲଡ ଗ୍ରୁପକୁ ବିକଶତି କରିବା ।

ଏହି ରକ୍ତ ସେହି ଲୋକଙ୍କ ପାଇଁ ଆବଶ୍ୟକ ହୋଇଥାଏ, ଯେଉଁମାନେ ସେଲ ଏମିନିଆ ପରି ସ୍ଥିତିରେ ନିୟମିତ ରକ୍ତ ଦରକାର ପଡ଼ିଥାଏ । ଯଦି ରକ୍ତ ନମୁନାର ସଠିକ ମିଳନ ହୁଏ ନାହିଁ ତେବେ ଶରୀର ଏହାକୁ ସ୍ୱୀକାର କରେ ନାହିଁ ଏବଂ ବିଫଳ ହୋଇ ଯାଇଥାଏ ।

ବ୍ରଷ୍ଟଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଶୋଲେ ଟୋଏ କହିଛନ୍ତି, ‘କିଛି ସମୁଦାୟ ବାସ୍ତବରେ, ଦୁର୍ଲଭ ଅଟନ୍ତି । କେବଳ ୧୦ ଜଣ ହିଁ ଦାନ କରିବା ପାଇଁ ସକ୍ଷମ ହୋଇପାରିବେ’। ରିପୋର୍ଟ ଅନୁସାରେ, ପ୍ରଥମ ଥର ଭାରତରେ ଚିହ୍ନଟ କରାଯାଇଥିବା ବମ୍ୱେ ରକ୍ତ ଗ୍ରୁପର କେବଳ ତିନୋଟି ଶାଖା ରହିଛି । ସାରା ବ୍ରିଟେନରେ ଏହାର ଷ୍ଟକ ରହିଛି ।

ଏହି ରିସର୍ଚ୍ଚ ପ୍ରଜେକ୍ଟକୁ ବ୍ରିଷ୍ଟଲ, କେମ୍ୱ୍ରିଜ, ଲଂଣ୍ଡନ ଏବଂ ଏନଏଚଏସ ବ୍ଲଡ ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ମିଳିତ ଭାବେ ଏହାକୁ ସଫଳ କରିଥିଲେ।

Related Articles

Back to top button