ପୃଥିବୀ ଭଳି ଆଉ ଏକ ବଡ଼ ଗ୍ରହ ଠାବ, ସେଥିରେ ରହିଛି ଗଭୀର ସମୁଦ୍ର ଏବଂ ଦୁଇ ସୂର୍ଯ୍ୟ

ଲଣ୍ଡନ: ମହାକାଶ ବିଜ୍ଞାନୀମାନେ ମହାକାଶରେ ପୃଥିବୀ ଭଳି ଅଥଚ ପୃଥିବୀଠାରୁ ଏକ ବଡ ଗ୍ରହ ଠାବ କରିଛନ୍ତି। ଯେଉଁଠାରେ ଗଭୀର ସମୁଦ୍ର ସହିତ ଦୁଇଟି ସୂର୍ଯ୍ୟ ରହିଛି। ଏହି ନୂଆ ଗ୍ରହର ଆକାର ପୃଥିବୀ ତୁଳନାରେ ପ୍ରାୟ ୭୦ ପ୍ରତିଶତ ବଡ ବୋଲି ସେମାନେ କହିଛନ୍ତି। ତେବେ ଏହି ଗ୍ରହ ପୃଥିବୀ ଠାରୁ ପ୍ରାୟ ୧୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ। ମହାକାଶ ବିଜ୍ଞାନୀମାନେ ଏହାର ନାମକରଣ ଟିଓଆଇ-୧୪୫୨ କରିଛନ୍ତି ଏବଂ ଏହା ଦୁଇଟି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ଉକ୍ତ ଗ୍ରହରେ ଅତ୍ୟନ୍ତ ଗଭୀର ସମୁଦ୍ର ରହିଥିବା ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି।

ୟୁନିଭରସିଟି ଅଫ ମଣ୍ଟ୍ରିଲ ନେତୃତ୍ୱରେ ଏକ ଆନ୍ତର୍ଜାତିକ ଗବେଷକ ଦଳ ଏହି ସୁପର୍‍ ଆର୍ଥ ସମ୍ପର୍କରେ ଘୋଷଣା କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଠାବ ହୋଇଥିବା ନୂଆ ଗ୍ରହର ମୋଟ ଅଞ୍ଚଳ ମଧ୍ୟରୁ ୩୦%ରେ ଜଳ ରହିଛି। ଅନ୍ୟପକ୍ଷରେ ପୃଥିବୀ ପୃଷ୍ଠରେ ତାହାର ସମୁଦାୟ ଅଞ୍ଚଳ ମଧ୍ୟରୁ ୭୦% ଅଞ୍ଚଳରେ ପାଣି ଏବଂ ଅବଶିଷ୍ଟ ୩୦% ସ୍ଥଳଭାଗ ରହିଛି। ଏହି ଗ୍ରହ ତାହାର ନକ୍ଷତ୍ର ତାରିପଟେ ମାତ୍ର ୧୧ ଦିନରେ ଥରେ ପରିକ୍ରମା କରୁଛି। ଏହା ଅର୍ଥ ସେଠାରେ ଗୋଟିଏ ବର୍ଷ ମାତ୍ର ୧୧ ଦିନ। ଅନ୍ୟପକ୍ଷରେ ତାହାର କକ୍ଷପଥରେ ଥିବା ଦ୍ୱିତୀୟ ସୂର୍ଯ୍ୟ ଚାରିପଟେ ଏହା ଥରେ ପରିକ୍ରମଣ କରିବାକୁ ଏହାକୁ ପ୍ରାୟ ୧୪୦୦ ବର୍ଷ ଲାଗୁଥିବା କୁହାଯାଇଛି।

Related Articles

Back to top button