ହ୍ୱାଟସଆପରେ ଆଉ ମେସେଜ ଟାଇପ କରିବାକୁ ପଡିବ ନାହିଁ, ଆସୁଛି ଅଡିଓ ମେସେଜ୍ ଟ୍ରାନ୍ସକ୍ରାଇବ ଫିଚର

ନୂଆଦିଲ୍ଲୀ: ଖୁବଶୀଘ୍ର ହ୍ୱାଟସଆପ ୟୁଜର୍ସକୁ ଏକ ହାଇଟେକ ଫିଚର ଉପହାର ଦେବାକୁ ଯାଉଛି କମ୍ପାନୀ । ସାଧାରଣ ଭାବେ ୟୁଜର୍ସ ହ୍ୱାଟସଆପରେ କଲିଂ ଓ ମେସେଜ ଅଲଗା ଅଲଗା କରିଥାନ୍ତି । ତେବେ ଏନେଇ ଏକ ନୂଆ ଅପଡେଟ୍ ଆସିବାକୁ ଯାଉଛି । ଏଣିକି ଆପଣଙ୍କୁ ଆଉ ମେସେଜ୍ ଟାଇପ୍ କରିବାକୁ ପଡ଼ିବ ନାହିଁ ।

ରିପୋର୍ଟ ମୁତାବକ, ହ୍ୱାଟସଆପରେ ଏକ ନୂଆ ଫିଚର ଯୋଡ଼ି ହେବାକୁ ଯାଉଛି । ଏହି ଫିଚର ଆପଣଙ୍କର କଣ୍ଠଶ୍ୱର ଶୁଣି ଭଏସ୍ ନୋଟକୁ ଲେଖାରେ ପରିବର୍ତ୍ତନ କରିଦେବ । ହ୍ୱାଟସଆପ ୟୁଜର୍ସଙ୍କ ଏକ୍ସପିରିୟନ୍ସ ବଢ଼ାଇବା ପାଇଁ କମ୍ପାନୀ ନୂଆ ନୂଆ ଫିଚର୍ସ ଯୋଡ଼ୁଛି । ଏହି ଫିଚରର ବହୁତ ଡିମାଣ୍ଡ ରହିଥିବାରୁ କମ୍ପାନୀ ଏହା ଉପରେ କାର୍ଯ୍ୟ କରୁଛି ।

ହ୍ୱାଟସଆପର ଏହି ଫିଚର୍ସରେ ଲମ୍ବା ଭଏସ ନୋଟସକୁ ଶୁଣିବାର ଆବଶ୍ୟକତା ପଡ଼ିବ ନାହିଁ । କମ୍ପାନୀ ଏଥିପାଇଁ ଅଡିଓ ମେସେଜ୍ ଟ୍ରାନ୍ସକ୍ରାଇବ ଫିଚର ଯୋଡ଼ିବାର ସମ୍ଭାବନା ରହିଛି । ପ୍ରଥମେ ଏହି ଫିଚର ଆଇଫୋନ ଓ ପରେ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଜାରି କରାଯିବ । ଏହି ଫିଚରରେ ୟୁଜର୍ସଙ୍କ ଭଏସ ମ୍ୟାସେଜକୁ ଟେକ୍ସଟରେ ରୂପାନ୍ତରିତ କରିପାରିବ । ପ୍ରାରମ୍ଭିକ ଭାବେ ଏହି ସେବା କିଛି ସୀମିତ ଭାଷା ପାଇଁ ଉପଲବ୍ଧ ହେବ । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଫାଇଦା ପାଇବା ପାଇଁ ଆପଣ ଆପକୁ କିଛି ପରମିସନ ଦେବାକୁ ପଡ଼ିବ ।

Related Articles

Back to top button